ଭୁବନେଶ୍ୱର : ନାଇଡୁ କମିଶନ ଫାଇଲ୍ ହଜିବା ଘଟଣାରେ କ୍ରାଇମବ୍ରାଞ୍ଚ ନୋଟିସ୍ କରିଥିବା ୩ ଜଣଙ୍କ ବୟାନ ରେକର୍ଡ । କମିଶନଙ୍କ ରିପୋର୍ଟ ଗୃହ ବିଭାଗରେ ପହଞ୍ଚିଥିବା ବେଳେ ଏହା ପରେ ଫାଇଲ୍ କେଉଁଆଡ଼େ ଗଲା, ସେନେଇ ତଦନ୍ତ ଚାଲିଛି। କ୍ରାଇମବ୍ରାଞ୍ଚର ସୂଚନା ଅନୁସାରେ, ଏବେ ଯାଏଁ ଫାଇଲ୍ ହଜିଥିବା ଆଧାରରେ ହିଁ ତଦନ୍ତ ଆଗକୁ ବଢ଼ୁଛି। ତଦନ୍ତ ଶେଷ ହୋଇନଥିବାରୁ ଏହାକୁ ଏବେଠାରୁ ‘ଫାଇଲ୍ ଚୋରି’ ବୋଲି କହିବା ଠିକ୍ ହେବ ନାହିଁ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।ଫାଇଲ୍ କିପରି ନିଖୋଜ ହେଲା ଏବଂ ଏହାର ପରବର୍ତ୍ତୀ ଗତିବିଧି କ’ଣ ଥିଲା, ସେନେଇ ତଦନ୍ତ ଜାରି ରହିଛି। କନ୍ଧମାଳ ହିଂସାକାଣ୍ଡ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାର ତଦନ୍ତ ପାଇଁ ଗଠିତ ନାଇଡୁ କମିଶନ ରିପୋର୍ଟ ଗାଏବ ହେବା ଘଟଣା ଏବେ ଓଡ଼ିଶା ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।










