ଭୁବନେଶ୍ୱର : ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାରେ ତଦନ୍ତକୁ ଆହୁରି ଆଗକୁ ବଢ଼ାଇଛି କ୍ରାଇମବ୍ରାଞ୍ଚ। ଘଟଣାରେ ଆକ୍ରମଣର ଶିକାର ହୋଇଥିବା ଝିଅମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।ସୂଚନା ଅନୁସାରେ, ସୌମ୍ୟ ହତ୍ୟା ମାମଲାରେ ଘଟଣା ସମ୍ପର୍କିତ ବିଭିନ୍ନ ଦିଗକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ମାମଲାରେ ସୌମ୍ୟଙ୍କ ସାଙ୍ଗମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ ପୂର୍ବରୁ ସରିଥିବା ବେଳେ ଏବେ ଆକ୍ରମଣର ଶିକାର ହୋଇଥିବା ଝିଅମାନଙ୍କର ମଧ୍ୟ ଲାଏ ଡିଟେକ୍ସନ ଟେଷ୍ଟ କରାଯିବାକୁ ନେଇ ସୂଚନା ଦିଆଯାଇଛି।ତଦନ୍ତରେ ସାମ୍ନାକୁ ଆସିଥିବା ତଥ୍ୟ ଓ ବୟାନଗୁଡ଼ିକୁ ଯାଞ୍ଚ କରିବା ସହ ଘଟଣାର ପ୍ରକୃତ କାରଣ ଓ ସେଦିନର ଘଟଣାକ୍ରମ ସମ୍ପର୍କରେ ସ୍ପଷ୍ଟତା ଆଣିବା ଦିଗରେ କ୍ରାଇମବ୍ରାଞ୍ଚ ତଦନ୍ତ ଚଳାଇଛି।ସୌମ୍ୟଙ୍କ ସାଙ୍ଗମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ ଶେଷ ହୋଇଥିବା ବେଳେ ଏବେ ଝିଅମାନଙ୍କର ଟେଷ୍ଟ ତଦନ୍ତର ଏକ ଗୁରୁତ୍ୱପୂର୍ଣ୍ଣ କଡ଼ି ହେବ ବୋଲି ଜଣାପଡ଼ିଛି। ଟେଷ୍ଟ ଓ ଅନ୍ୟାନ୍ୟ ତଦନ୍ତରୁ ମିଳୁଥିବା ତଥ୍ୟକୁ ଆଧାର କରି ମାମଲାର ରହସ୍ୟ ଉନ୍ମୋଚନ ଦିଗରେ କ୍ରାଇମବ୍ରାଞ୍ଚ ଆଗକୁ ବଢ଼ିବ।










