34.1 C
Bhubaneswar
Monday, October 5, 2026
Homeଓଡିଶାଜଗା ଦର୍ଶନ ପୂର୍ବରୁ ଗଛରେ ପିଟି ହେଲା କାର୍: ଜଣେ ମୃତ, ୬ ଆହତ

ଜଗା ଦର୍ଶନ ପୂର୍ବରୁ ଗଛରେ ପିଟି ହେଲା କାର୍: ଜଣେ ମୃତ, ୬ ଆହତ

ବରଗଡ଼: ଜଗନ୍ନାଥ ଦର୍ଶନ ପାଇଁ ଇନ୍ଦୋରରୁ ପୁରୀ ଅଭିମୁଖେ ବାହାରିଥିଲେ ପରିବାର । ହେଲେ ପୁରୀରେ ପହଞ୍ଚିବା ପୂର୍ବରୁ ଘଟିଗଲା ଅଘଟଣ । ସୋହେଲା-ମଧୁପୁର ଅଞ୍ଚଳରେ ପରିବାର ଲୋକଙ୍କୁ ନେଇ ଯାଉଥିବା କାର୍‌ଟି ଭାରସାମ୍ୟ ହରାଇ ଓଲଟିପଡ଼ିଥିବା ଜଣାପଡ଼ିଛି । ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ୬୧ ବର୍ଷୀୟ ଦେବେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହ ଥିବା ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ମଧ୍ୟ ଗୁରୁତର ଥିବା ଜଣାପଡ଼ିଛି ।ଦୁର୍ଘଟଣା ପରେ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲ୍‌କୁ ନିଆଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ସୋହେଲାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଆଉ ୩ ଜଣଙ୍କୁ ବରଗଡ଼ ବିକାଶ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାଗ୍ରସ୍ତ ଯାତ୍ରୀଙ୍କ ମଧ୍ୟରେ ଦେବେନ୍ଦ୍ର ଗିରି, ଗାୟତ୍ରୀ ଗିରି, ମିଟେଶ ଗିରି, ଖୁସି ଗୋସ୍ୱାମୀ, ୭ ବର୍ଷୀୟ ସମେରା ପାଟିଦାର, ପୂଜା ଗୋସ୍ୱାମୀ ଏବଂ ୧ ବର୍ଷୀୟ ଗ୍ରିଶିକ୍ସ ଗିରି ଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking