34.1 C
Bhubaneswar
Monday, October 5, 2026
Homeଓଡିଶାସେଲ୍ଫ ଫାଇନାନ୍ସିଂ ଛାତ୍ରଙ୍କ ପାଇଁ ନିର୍ବାଚନ ମନା

ସେଲ୍ଫ ଫାଇନାନ୍ସିଂ ଛାତ୍ରଙ୍କ ପାଇଁ ନିର୍ବାଚନ ମନା

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତିରେ ସ୍ପଷ୍ଟ ଉଲ୍ଲେଖ ଯେ, ଛାତ୍ର ସଂସଦ ନିର୍ବାଚନରେ ଭାଗ ନେଇପାରିବେ ନାହିଁ ସେଲ୍ଫ ଫାଇନାନ୍ସିଂ କୋର୍ସ ଛାତ୍ରଛାତ୍ରୀ । ପିପିପି ମୋଡରେ ସେଲ୍ଫ ଫାଇନାନ୍ସିଂ କୋର୍ସ ଛାତ୍ରଙ୍କ ପାଇଁ ନିର୍ବାଚନ ମନା । ଏହା ସହ ଛାତ୍ର ନିର୍ବାଚନ ଓ ଛାତ୍ର ପ୍ରତିନିଧିତ୍ୱକୁ ରାଜନୈତିକ ଦଳଗୁଡିକଠାରୁ ସମ୍ପୁର୍ଣ୍ଣ ଭାବେ ଅଲଗା ରଖାଯିବ । ଛାତ୍ର ସଂସଦ ନିର୍ବାଚନ ପାଇଁ ଅକ୍ଟୋବର ୭ ତାରିଖରେ କଲେଜ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୯ ତାରିଖରେ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ଏହାପରେ ଅକ୍ଟୋବର ୧୫ ତାରିଖରେ କ୍ୟାମ୍ପସରେ ଭୋଟ୍ ଗ୍ରହଣ ହେବ। ଦଶହରା ଛୁଟି ଆରମ୍ଭ ହେବା ପୂର୍ବରୁ ସମଗ୍ର ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ।ନିର୍ବାଚନ ପରେ ଅକ୍ଟୋବର ୧୬ ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

କିଏ ନିର୍ବାଚନ ଲଢିପାରିବେ ଜାଣନ୍ତୁ..
-ୟୁଜି ଛାତ୍ରଛାତ୍ରୀଙ୍କ ବୟସ ୧୭ରୁ ୨୨ ବର୍ଷ ମଧ୍ୟରେ ହୋଇଥିବ ।
-ପିଜି ଛାତ୍ରଛାତ୍ରୀଙ୍କ ସର୍ବାଧିକ ବୟସ ୨୫ ବର୍ଷ ହୋଇଥିବ । ପ୍ରାର୍ଥୀଙ୍କର କୌଣସି ଏକାଡେମିକ ବ୍ୟାକ ନଥିବ ।
-ଛାତ୍ରଛାତ୍ରୀଙ୍କ ଅତିକମରେ ୭୫% କ୍ଲାସ ଉପସ୍ଥାନ ଥିବା ଆବଶ୍ୟକ ।
-ଜଣେ ପ୍ରାର୍ଥୀ ଗୋଟିଏ ପଦ ପାଇଁ ଥରେ ନିର୍ବାଚନ ଲଢିପାରିବେ ।
-ଏକଜିକ୍ୟୁଟିଭ ମେମ୍ବର ପଦ ପାଇଁ ଦୁଇଥର ସୁଯୋଗ ରହିବ ।
-ପୂର୍ବରୁ କୌଣସି ଅପରାଧିକ ରେକର୍ଡ ଥିବା ଚାଲିବ ନାହିଁ ।
-ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ପ୍ରାର୍ଥୀ ହୋଇପାରିବେ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking