33.1 C
Bhubaneswar
Monday, October 5, 2026
Homeଓଡିଶାଯୁବ ନେତୃତ୍ୱକୁ ଆଗକୁ ନେବୁ: ଉଚ୍ଚଶିକ୍ଷା ମନ୍ତ୍ରୀ

ଯୁବ ନେତୃତ୍ୱକୁ ଆଗକୁ ନେବୁ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଦଶହରା ଛୁଟି ପୂର୍ବରୁ ଅର୍ଥାତ ୧୫ରେ ଛାତ୍ର ସଂସଦ ନିର୍ବାଚନ ।ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆଲୋଚନା ପରେ ଗଣମାଧ୍ୟମକୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି । ଆହୁରି କହିଛନ୍ତି, ଦେଶ ହେଉ କି ରାଜ୍ୟରେ, ଯୁବ ନେତୃତ୍ୱକୁ ଆଗକୁ ନେବାକୁ ଏହା ଏକ ବଡ ପଦକ୍ଷେପ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ନିର୍ବାଚନୀ ଇସ୍ତାହାରରେ କଲେଜ ନିର୍ବାଚନ କରିବାକୁ ପ୍ରତିଶ୍ରୁତି ଦେଇଥିଲୁ । ୨୦୨୬ ରେ ନିର୍ବାଚନ କରି ତାହା ପାଳନ କରିବାକୁ ଯାଉଛୁ । ୨୦୧୭ରୁ ନିର୍ବାଚନ ବନ୍ଦ କରାଯାଇଥିଲା, ଆମେ କରିବାକୁ ଯାଉଛୁ । ସବୁ କଲେଜ ଓ ବଶ୍ୱ ବିଦ୍ୟାଳୟରେ ନିର୍ବାଚନ କରିବାକୁ ନିଷ୍ପତ୍ତି ହୋଇଛି । ଆଉ ଯଦି କେହି ଆଇନ ଶୃଙ୍ଖଳାକୁ ନମାନନ୍ତି ସେମାନଙ୍କୁ ଆଇନ ଅନୁସାରେ ଯାହା ଦଣ୍ଡ ଥିବ ତାହା ଦିଆଯିବ । ଅନ୍ୟପଟେ ବିରୋଧୀଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ କଡା ନିଶାନା ମଧ୍ୟ କରିଛନ୍ତି । କହିଛନ୍ତି ଯେଉଁ ବିରୋଧୀ ଦଳ ନିର୍ବାଚନ ବନ୍ଦ କରିଥିଲେ, ୯ ବର୍ଷ କାଳ ଯାହାଙ୍କ ପାଖରେ ସମୟ ଥିଲା ତଥାପି ନିର୍ବାଚନ କରେଇ ଦେଇନଥିଲେ ସେମାନେ ଯଦି ପ୍ରଶ୍ନ ପଚାରନ୍ତି , ତାଠୁ ଭଲ ଆମେ ଉତ୍ତର ନଦେବା ଠିକ ମଣିବୁ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking