33.1 C
Bhubaneswar
Friday, October 2, 2026
Homeଦେଶ ବିଦେଶଗୁଜୁରାଟ UCCକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ଗୁଜୁରାଟ UCCକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଧେୟକ ୨୦୨୬କୁ ତାଙ୍କର ଔପଚାରିକ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହା ସହିତ ରାଜ୍ୟରେ ଏହି ଆଇନକୁ ଲାଗୁ କରିବା ପାଇଁ ଆବଶ୍ୟକ ଆଇନଗତ ପ୍ରକ୍ରିୟା ପୁରା ହୋଇଛି। ଉତ୍ତରାଖଣ୍ଡ ପରେ ସମାନ ନାଗରିକ ସଂହିତା ଲାଗୁ କରିବାରେ ଗୁଜରାଟ ହେବ ଦେଶର ଦ୍ୱିତୀୟ ରାଜ୍ୟ। ତେବେ ଏହି ବିଧେୟକର ପ୍ରାବଧାନ ଅନୁସୂଚିତ ଜନଜାତି (ଏସଟି) ସମୂଦାୟଙ୍କ ଉପରେ ଲାଗୁ ହେବ ନାହିଁ। ବିଧାନସଭାରେ ଏହି ବିଧେୟକକୁ ଉପସ୍ଥାପନ କରିବା କାଳରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ କହିଥିଲେ ଯେ ୟୁସିସି ସେହି ପ୍ରାଥମିକ ସୁଧାରମାନଙ୍କରେ ସାମିଲ ଯାହାକୁ ଲାଗୁ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂକଳ୍ପବଦ୍ଧ। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ ଏହି ଆଇନର ମୁଖ୍ୟ ଉଦ୍ଦେଶ୍ୟ ସମାଜରେ ସଦଭାବ ଓ ଜାତୀୟ ଏକତାକୁ ପ୍ରୋତ୍ସାହନ ଦେବା। ଏହା ସହିତ ସୁପ୍ରିମକୋର୍ଟଙ୍କ ପରାମର୍ଶ ଅନୁରୂପ ଏହି ଆଇନ ମହିଳାଙ୍କ ଆଇନଗତ ଅଧିକାର ଓ ସୁରକ୍ଷା ମଜଭୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।

ନୂଆ ଆଇନ ଅନୁସାରେ ସବୁ ନାଗରିକଙ୍କ ଲାଗି ବିବାହ ଓ ଛାଡ଼ପତ୍ରର ଔପଚାରିକ ପଞ୍ଜିକରଣ କରିବା ଅନିବାର୍ଯ୍ୟ କରିଦିଆଯାଇଛି। ନିୟମ ପାଳନ ନ କଲେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମନା ହୋଇ ପାରେ। ଏହା ସହ ସବୁ ପ୍ରକାରର ଲିଭ୍-ଇନ୍ ରିଲେସନ ପଞ୍ଜିକରଣ ମଧ୍ୟ ଅନିବାର୍ଯ୍ୟ ହୋଇଛି। ଏଥିରେ ସମ୍ପର୍କ ସମାପ୍ତ ହେବା ପରିସ୍ଥିତିରେ ଏହାର ସୂଚନା ମଧ୍ୟ ପ୍ରଶାସନକୁ ଦେବାକୁ ପଡିବ। ଏହି ଆଇନ ଅନୁସାରେ ଲିଭ-ଇନ୍ ରିଲେସନ ସିପରୁ ଜନ୍ମିତ ସନ୍ତାନ ଆଇନତଃ ବୈଧ ହେବେ। ଯଦି ମହିଳାଙ୍କୁ ତାଙ୍କ ପାର୍ଟନର ଛାଡି ଦିଅନ୍ତି ତେବେ ତାଙ୍କୁ ଭରଣପୋଷଣ ମିଳିବାର ଆଇନଗତ ଅଧିକାର ରହିବ।ଏହି ଆଇନରେ ଏକରୁ ଅଧିକ ବିବାହ ଉପରେ ପୂର୍ଣ୍ଣ କଟକଣା ଲାଗିଛି। ଯଦି କୌଣସି ବ୍ୟକ୍ତି ଚାପ ଅଥବା ଜୋର ଜବରଦସ୍ତିରେ ବିବାହ କରନ୍ତି ତେବେ ଏଥି ପାଇଁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର କଡ଼ା ପ୍ରାବଧାନ ରହିଛି। ଏହା ଛଡା ସକ୍ଷମ କୋର୍ଟଙ୍କ ଆଦେଶ ବିନା କୌଣସି ଅନ୍ୟ ଉପାୟରେ ନିଆଯାଇଥିବା ଛାଡପତ୍ର ବେଆଇନ ବୁଝାଯିବା ସହ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ନିର୍ଦ୍ଧାରଣ କରାଯାଇଛି। ଆଇନରେ ଛାଡପତ୍ର ପାଇଥିବା ଦମ୍ପତ୍ତିଙ୍କୁ ବିନା କୌଣସି ଅନୁଚିତ ସର୍ତ୍ତରେ ଦ୍ୱିତୀୟବାର ବିବାହ ଅଧିକାର ଦିଆଯାଇଛି ଓ ହଲାଲା ଭଳି ପ୍ରଥା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking