33.1 C
Bhubaneswar
Friday, October 2, 2026
Homeଓଡିଶା୧୦ ତାରିଖ ସୁଦ୍ଧା ମିଳିବ ବନ୍ୟା କ୍ଷତିପୂରଣ: ମନ୍ତ୍ରୀ

୧୦ ତାରିଖ ସୁଦ୍ଧା ମିଳିବ ବନ୍ୟା କ୍ଷତିପୂରଣ: ମନ୍ତ୍ରୀ

ଭୁବନେଶ୍ୱର: ପୂଜା ପୂର୍ବରୁ ବର୍ଷା- ବନ୍ୟା ଜନିତ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ । ଆସନ୍ତା ୧୦ ତାରିଖ ସୁଦ୍ଧା କ୍ଷତିଗ୍ରସ୍ତଙ୍କୁ ନେଇ ସହାୟତା ଦେବାକୁ ନିର୍ଦ୍ଦେଶ ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ବନ୍ୟା ସମୟରେ କାର୍ଯ୍ୟରେ ଅବହେଳା ପାଇଁ ଚାନ୍ଦବାଲି ବିଡିଓ ନିଲମ୍ବିତ ହୋଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ବେଳେ ସରକାରୀ ଅଧିକାରୀଙ୍କ ଅବହେଳା ଅକ୍ଷମଣୀୟ ବୋଲି କହିଛନ୍ତି ମନ୍ତ୍ରୀ । ବନ୍ୟା ସହାୟତା ପାଇଁ ଯେଉଁମାନେ ନିୟୋଜିତ ଥିଲେ ଆଶା, ଅଙ୍ଗନବାଡି, ଏନଡିଆରଏପ, ଏସଡିଆରଏଫ ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ସରକାରଙ୍କ ପକ୍ଷରୁ ଧନ୍ୟବାଦ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ୨୬୧ କୋଟି ଟଙ୍କାର କ୍ଷତିପୂରଣ ଦିଆଯାଇଛି । ଦକ୍ଷିଣ ଓଡିଶାକୁ ୨୦ କୋଟି ଦିଆଯାଇଛି । ଯେତଶୀଘ୍ର ଚୂଡାନ୍ତ ରିପୋର୍ଟ ଆସିବ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking