32.1 C
Bhubaneswar
Friday, October 2, 2026
Homeଓଡିଶାଏଥର ବର୍ଷାରେ ଭିଜିପାରେ ଦଶହରା

ଏଥର ବର୍ଷାରେ ଭିଜିପାରେ ଦଶହରା

ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୧୩ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି ।ସେହିପରି ୧୫ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଅବପାତର ରୂପ ନେଇପାରେ । ତେବେ ସେହି ସମୟରେ ପ୍ରାୟ ଓଡ଼ିଶାରୁ ବିଦାୟ ନେଇ ସାରିଥିବ ମୌସୁମୀ । ତେଣୁ ଏହା ଅବପାତ ହେବା ନେଇ ପାଗ ଅନୁକୂଳ ହୋଇପାରେ । ଏନେଇ ଆଇଏମଡି ପକ୍ଷରୁ କୁହାଯାଇଛି । ତେବେ ସମୟ ଯେତିକି ପାଖେଇ ଆସିବ ଲଘୁଚାପର ଚିତ୍ର ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଇଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ୧୫ ତାରିଖ ଯାଏ ରାଜ୍ୟରେ ଭାରୀ ବର୍ଷାର ସମ୍ଭାବନା ନଥିବା ବେଳେ ୧୫ ପରେ ଅର୍ଥାତ୍ ଦଶହରା ବେଳକୁ ବର୍ଷାର ପରିମାଣ ବୃଦ୍ଧି ପାଇପାରେ ବୋଲି କୁହାଯାଇଛି ।  ଅନ୍ୟପଟେ ୭ ରୁ ୧୦ ତାରିଖ ମଧ୍ୟର ରାଜ୍ୟରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking