32.1 C
Bhubaneswar
Friday, October 2, 2026
Homeଓଡିଶାଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର

ଭୁବନେଶ୍ୱର: ଅକ୍ଟୋବର ୪ରୁ ରାଜ୍ୟରେ ବଢିବ ଓମଫେଡ କ୍ଷୀର ଦର । ଓଡିଶା ଷ୍ଟେଟ କୋ- ଅପରେଟିଭ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର ଦର ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି । ଫଳରେ ଗ୍ରାହକଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡିବ । ଓମଫେଡ ପ୍ରିମିୟମ କ୍ଷୀର ଦର ପୂର୍ବରୁ ଲିଟର ପିଛା ୫୮ ଟଙ୍କା ଥିବା ବେଳେ ଏବେ ଏହା ୬୦ ଟଙ୍କା ହେବ । ସେହିପରି ୫୦୦ ମିଲିଲିଟର ପ୍ୟାକେଟର ଦର ୩୦ ଟଙ୍କା ହେବ । ଓମଫେଡର ଅନ୍ୟତମ ଅଧିକ ବିକ୍ରି ହେଉଥିବା କ୍ଷୀର ଗୋଲ୍ଡର ଦର ଲିଟର ପିଛା ୬୨ ଟଙ୍କା ହୋଇଛି । ଗୋଲ୍ଡ ପ୍ଲସର ଦର ୬୬ ଟଙ୍କା ଏବଂ ଟୋନ୍‌ଡ କ୍ଷୀରର ଦର ୫୮ ଟଙ୍କା ହୋଇଛି । ଗୁରୁବାର ଅନୁଷ୍ଠିତ ଓମଫେଡ ପରିଚାଳନା କମିଟି ବୈଠକରେ କ୍ଷୀର ଦର ବୃଦ୍ଧି ନେଇ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଓମଫେଡର କହିବା ଅନୁସାରେ, ବଢୁଥିବା ଉତ୍ପାଦନର ଖର୍ଚ୍ଚକୁ ନେଇ ସେପ୍ଟେମ୍ବର ୯ରୁ କ୍ଷୀର ଉତ୍ପାଦକମାନଙ୍କୁ ଲିଟର ପିଛା ଅତିରିକ୍ତ ୨ ଟଙ୍କା ଦିଆଯାଉଛି । ଗତ ୫ ମାସ ମଧ୍ୟରେ ଏହା ଓମଫେଡର ଦ୍ୱିତୀୟ କ୍ଷୀର ଦର ବୃଦ୍ଧି । ମେ ମାସରେ ଫେଡେରେସନ ବିଭିନ୍ନ ପ୍ରକାର କ୍ଷୀରର ଦର ଲିଟର ପିଛା ୩ରୁ ୪ ଟଙ୍କା ବଢାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking