ଗାନ୍ଧିନଗର : ଗୁଜରାଟ ସରକାର ସାହସୀ ପାଇଲଟ ସ୍ମିତ ମଚ୍ଛାରଙ୍କ ପାଇଁ ରାଜ୍ୟ ପୁରସ୍କାର ଘୋଷଣା କରିଛନ୍ତି। ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସୋମନାଥ ମନ୍ଦିରରେ ବିଶେଷ ପ୍ରାର୍ଥନା କରାଯାଇଥିଲା। ରାଜ୍ୟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘୋଷଣା କରିଥିବା ମଚ୍ଛାରଙ୍କୁ ମର୍ଯ୍ୟାଦାଜନକ ଗୁଜରାଟ ଗରିମା ସମ୍ମାନ ପ୍ରଦାନ କରାଯିବ। ତାଙ୍କ ଅସାଧାରଣ ସାହସିକତା ଏବଂ ମାନବିକ କାର୍ଯ୍ୟ ପାଇଁ ତାଙ୍କୁ ଗୁଜରାଟର ସ୍ବୀକୃତି ମିଳିବ। ଏହି ସମ୍ମାନରେ ୨୫ ଲକ୍ଷ ଟଙ୍କା ଏବଂ ପୁରସ୍କାର ଅନ୍ତର୍ଭୁକ୍ତ।ମଚ୍ଛାର FLYDUBAI ବିମାନରେ ଥିବା ସମସ୍ତଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇଥିଲେ। ଘଟଣା ସମୟରେ ସେ ଗୁରୁତର ଆହତ ହୋଇଥିଲେ। କ୍ୟାପ୍ଟେନ ସ୍ମିତଙ୍କୁ ଚିକିତ୍ସା ପାଇଁ ଦୁବାଇ ପଠାଯାଇଛି।










