32.1 C
Bhubaneswar
Thursday, October 1, 2026
Homeଓଡିଶାପଞ୍ଚାୟତରୁ ଶିଶୁ ଶ୍ରମିକ ମୁକ୍ତ କରିବାକୁ ସରକାରଙ୍କ ରୋଡମ୍ୟାପ୍ ଅଭିଯାନ

ପଞ୍ଚାୟତରୁ ଶିଶୁ ଶ୍ରମିକ ମୁକ୍ତ କରିବାକୁ ସରକାରଙ୍କ ରୋଡମ୍ୟାପ୍ ଅଭିଯାନ

ଭୁବନେଶ୍ୱର: ପଞ୍ଚାୟତକୁ ଶିଶୁ ଶ୍ରମିକ ମୁକ୍ତ କରିବାକୁ ରାଜ୍ୟ ସରକାରଙ୍କ ରୋଡ୍‌ମ୍ୟାପ୍। ୨୦୨୯ ସୁଦ୍ଧା ସବୁ ପଞ୍ଚାୟତକୁ ଶିଶୁ ଶ୍ରମିକ ମୁକ୍ତ କରିବାକୁ ଯୋଜନା ହୋଇଛି। ଆସନ୍ତାକାଲି ଗାନ୍ଧି ଜୟନ୍ତୀରୁ ଆରମ୍ଭ ହେବ ୪୪ ଦିନିଆ ରାଜ୍ୟସ୍ତରୀୟ ଅଭିଯାନ। ଗାନ୍ଧି ଜୟନ୍ତୀରୁ ନଭେମ୍ବର ୧୪ ଶିଶୁ ଦିବସ ଯାଏଁ ଚାଲିବ ଅଭିଯାନ। ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଓ ପଲ୍ଲୀସଭା ଅନୁଷ୍ଠିତ ହେବ। ସଭାରେ ଏସଏଚଜି, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଶିଶୁ ଶ୍ରମିକ ମୁକ୍ତ କରିବାକୁ ସଂକଳ୍ପ ନେବେ। ଲିଖିତ ସଂକଳ୍ପ ପାରିତ ସହ ଜନସଚେତନତା ପଦଯାତ୍ରା ମଧ୍ୟ ହେବ। ଅଭିଯାନରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଭୂମିକାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଅଧାରୁ ପାଠ ଛାଡ଼ିଥିବା, ତଥା ପ୍ରବାସୀ ଶ୍ରମିକଙ୍କ ପିଲାମାନଙ୍କୁ ଚିହ୍ନଟ କରାଯିବ। ସମ୍ପୃକ୍ତ ପରିବାରଗୁଡ଼ିକୁ ଭେଟି ପିଲାଙ୍କ ପୁନଃ ନାମଲେଖା ସୁନିଶ୍ଚିତ କରିବେ ଶିକ୍ଷକ। ଶିଶୁ ଶ୍ରମରେ ନିୟୋଜିତ ଥିବାର ପ୍ରମାଣ ମିଳିଲେ କାର୍ୟ୍ୟାନୁଷ୍ଠାନ ନିଆଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking