ସମ୍ବଲପୁର : ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ବାବୁ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଫ୍ୟାକ୍ଟରିଜ ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କୁ ଭିଜିଲାନ୍ସ ଗିରଫ କରିଛି । ତାଙ୍କ ବିରୋଧରେ ଆୟ ସହ ସମନ୍ୱୟ ନଥିବା ବିପୁଳ ସମ୍ପତ୍ତି ଠୁଳ କରିଥିବା ଏଭିଯୋଗର ତଦନ୍ତ ଜାରି ରହିଛି । ଭିଜିଲାନ୍ସ ପକ୍ଷରୁ ହୋଇଥିବା ତଲାସୀ ସମୟରେ ଉମାକାନ୍ତଙ୍କ ସହ ସମ୍ପୃକ୍ତ ୪ଟି ବହୁତଳ କୋଠା, ୩୦ଟି ମୂଲ୍ୟବାନ ପ୍ଲଟ ଏବଂ ପ୍ରାୟ ୩୬.୭୮ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଠାବ ହୋଇଥିବା ଜଣାପଡିଛି । ଏହା ବ୍ୟତୀତ ଅନ୍ୟାନ୍ୟ ସମ୍ପତ୍ତି ଓ ଆର୍ଥିକ କାରବାର ସମ୍ପର୍କରେ ମଧ୍ୟ ଯାଞ୍ଚ କରାଯାଉଛି ।ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ରେଡ୍ କରାଥିଲା। ସେ ଆୟ ବର୍ହିଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ସମ୍ବଲପୁରଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୮ ଜଣ ଡିଏସ୍ପି, ୧୧ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଚଢାଉ କରଥିଲେ।










