ଭୁବନେଶ୍ୱର: ଆସନ୍ତାକାଲି ଓଡିଶା ବନ୍ଦ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ଘୋଷଣା କରିଛି । ଏନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର ସୂଚନା ଦେଇଛନ୍ତି । ଜରୁରୀ ସେବାକୁ ପ୍ରଭାବିତ ନ କରି ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦେଇଛି ଏନୱାଇସିଏସ । ଗାଡି ଚଳାଚଳ ଓ ଦୋକାନ ବନ୍ଦ ରଖି ବନ୍ଦରେ ସାମିଲ ହେବାକୁ ନିବେଦନ କରିଛନ୍ତି । ପାଠ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ନେଇ ସେମାନଙ୍କର ମୁଖ୍ୟ ଦାବି ରହିଛି ।










