27.1 C
Bhubaneswar
Monday, September 28, 2026
Homeଓଡିଶା୩୦ରେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଦିଆଯାଇଥିବା “ଓଡ଼ିଶା ବନ୍ଦ” ପ୍ରତି ସିପିଆଇ(ଏମ୍‌)ର ସମର୍ଥନ

୩୦ରେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଦିଆଯାଇଥିବା “ଓଡ଼ିଶା ବନ୍ଦ” ପ୍ରତି ସିପିଆଇ(ଏମ୍‌)ର ସମର୍ଥନ

ଭୁବନେଶ୍ୱର: ଓଡ଼ିଶାରେ ୧ମ ଶ୍ରେଣୀଠାରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପୁସ୍ତକରେ ୧୬୭୮ଟି ଅତି ସାଂଘାତିକ ଭୁଲ ତ୍ରୁଟିମାନ ରହିବା ଅତ୍ୟନ୍ତ ଉଦ୍‌ବେଗର ବିଷୟ। ଏହି ଭୁଲ କେବଳ ମୁଦ୍ରଣ ଜନିତ ନୁହେଁ, ବରଂ ତଥ୍ୟ ଦୃଷ୍ଟିରୁ ମଧ୍ୟ ଗୁରୁତର। ଏହି ପୁସ୍ତକ ଗୁଡ଼ିକୁ ବାତିଲ କରି ତ୍ରୁଟିମୁକ୍ତ ପୁସ୍ତକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବା ପାଇଁ ରାଜନୈତିକ ଦଳ, ଛାତ୍ର ଓ ଶିକ୍ଷକମାନଙ୍କ ସଂଗଠନ ଏବଂ ବୁଦ୍ଧିଜିବୀମାନେ ଦାବି କରିଥିଲେ ବି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଏବଂ ଖୋଦ୍ ରାଜ୍ୟ ସରକାର ଆଖିକାନ ବୁଜି ବସିଛନ୍ତି। ଡ଼ବଲ ଇଞ୍ଜିନ ସରକାର ନିଜର କର୍ତ୍ତବ୍ୟ ସଂପାଦନରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଏହା ବିରୁଦ୍ଧରେ ବିଭିନ୍ନ ସଂଗଠନ ଆନ୍ଦୋଳନର ଆୱାଜ ଉଠାଇଛନ୍ତି। ନବ ନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଶିକ୍ଷା କ୍ଷେତ୍ରରେ ଏହି ବିଭ୍ରାଟ ପାଇଁ ମୁଖ୍ୟତଃ ଦାୟୀ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଓ ଅନ୍ୟ ୬ଟି ଦାବି ଉପରେ ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ “ଓଡ଼ିଶା ବନ୍ଦ” ଡ଼ାକରା ଦିଆଯାଇଛି। ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ଅନ୍ୟାନ୍ୟ ଦାବିଗୁଡ଼ିକ ପ୍ରତି ସି.ପି.ଆଇ.(ଏମ୍‌) ଓଡ଼ିଶା ରାଜ୍ୟ କମିଟି ସମର୍ଥନ ପ୍ରକଟ କରିବା ସହିତ ଓଡ଼ିଶା ବନ୍ଦକୁ ସମର୍ଥନ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking