27.1 C
Bhubaneswar
Monday, September 28, 2026
Homeଓଡିଶାଗଣତନ୍ତ୍ରକୁ ହତ୍ୟା କରୁଥିବା ଶାସକ ଦଳର ମୁଖପାତ୍ର ନ ସାଜନ୍ତୁ ମୁଖ୍ୟମନ୍ତ୍ରୀ: ଭକ୍ତ

ଗଣତନ୍ତ୍ରକୁ ହତ୍ୟା କରୁଥିବା ଶାସକ ଦଳର ମୁଖପାତ୍ର ନ ସାଜନ୍ତୁ ମୁଖ୍ୟମନ୍ତ୍ରୀ: ଭକ୍ତ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଇସି (CEC) ଜ୍ଞାନେଶ କୁମାରଙ୍କ ଦୁର୍ନୀତି ଏବଂ ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) ବ୍ୟବସ୍ଥାର ଯେଉଁ ଅନ୍ଧ ସମର୍ଥନ କରିଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ ଓ ହାସ୍ୟାସ୍ପଦ। ଓଡ଼ିଶାର ଜନସାଧାରଣ ଆଜି ଦେଖୁଛନ୍ତି ଯେ କେମିତି ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ, ବିଶେଷ କରି ଓଡ଼ିଶା ମୁଖ୍ୟମନ୍ତ୍ରୀ ନିଜ ପଦବୀର ଗରିମା ଭୁଲି ନିର୍ବାଚନ କମିଶନଙ୍କ ସେହି ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥାକୁ ସୁରକ୍ଷା ଦେଉଛନ୍ତି ଯାହା ଭାରତୀୟ ସମ୍ବିଧାନକୁ ବିପନ୍ନ କରିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଅଯୌକ୍ତିକ ବକ୍ତବ୍ୟକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC) ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରୁଛି।

* ମୁଖ୍ୟମନ୍ତ୍ରୀ ମୋର ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦେବେ କି?

୧. ଅନ୍ତରୀଣ ମତଭେଦ ଓ ୧୪ଟି ଆପତ୍ତି କ’ଣ ମିଥ୍ୟା?
ମୁଖ୍ୟମନ୍ତ୍ରୀ କହୁଛନ୍ତି ଏସଆଇଆର (SIR) ପ୍ରକ୍ରିୟା ସ୍ୱଚ୍ଛ। ଯଦି ଏହା ଏତେ ସ୍ୱଚ୍ଛ, ତେବେ ନିର୍ବାଚନ କମିଶନଙ୍କ ନିଜ ଫାଇଲ୍‌ରେ ଦୁଇଜଣ ସହଯୋଗୀ ନିର୍ବାଚନ କମିଶନର (ସୁଖବୀର ସିଂ ସାନ୍ଧୁ ଏବଂ ବିବେକ ଜୋଶୀ) ଗତ ୧୦ ମାସ ମଧ୍ୟରେ ୧୪ରୁ ଅଧିକ ଥର SIR ଏବଂ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ କାହିଁକି ଆପତ୍ତି ଉଠାଇଥିଲେ? ମୁଖ୍ୟମନ୍ତ୍ରୀ କେଉଁ ଆଧାରରେ ନିଜ ଦଳର ପକ୍ଷପାତିତାକୁ ଲୁଚାଇବାକୁ ଯାଇ ଏହି ଗମ୍ଭୀର ଅଭିଯୋଗକୁ ‘ମିଥ୍ୟା’ ବୋଲି କହୁଛନ୍ତି?

୨. ବାରମ୍ବାର ଡିସେଣ୍ଟିଙ୍ଗ ସତ୍ତ୍ବେ କେଉଁ ମୁହଁରେ ଏହାକୁ ‘ସର୍ବସମ୍ମତ’ କୁହାଯାଉଛି?
ଏତେଥର ୨ ଜଣ ଇଲେକ୍ସନ କମିସନରଙ୍କ ଡିସେଣ୍ଟିଙ୍ଗ ଓପିନିଅନ ସତ୍ତ୍ବେ ବିଜେପି କେଉଁ ମୁହଁରେ ଏହାକୁ ନିର୍ବାଚନ କମିସନଙ୍କ ସର୍ବସମ୍ମତ ନିଷ୍ପତ୍ତି ବୋଲି କହୁଛି? କ୍ୟାବିନେଟ୍ ସେକ୍ରେଟାରୀଙ୍କ ପାଖରେ ଦୁଇଜଣ ନିର୍ବାଚନ ଆୟୁକ୍ତ ଫେରାଦ୍ ହେବା କ’ଣ ମିଛ?

୩. ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ଅବମାନନା କାହିଁକି?
ଦିଲ୍ଲୀ SIR ନୋଟିସ ସମ୍ପର୍କରେ ମାନ୍ୟବର ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ନିର୍ବାଚନ କମିଶନ ଅତି “ଯାନ୍ତ୍ରିକ ଢଙ୍ଗରେ” (Mechanically) କାର୍ଯ୍ୟ କରୁଛନ୍ତି। ଯେଉଁଠି ଦେଶର ସର୍ବୋଚ୍ଚ ଅଦାଲତ ଏହି ପ୍ରକ୍ରିୟାର ତ୍ରୁଟି ଧରିଛନ୍ତି, ସେଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କେଉଁ ସାହସରେ ଏହାକୁ ‘ଯଥାର୍ଥ’ ଏବଂ ‘ପ୍ରଯୁକ୍ତିବିଦ୍ୟା-ଭିତ୍ତିକ’ କହି ପ୍ରଶଂସା କରୁଛନ୍ତି? ଏହା ସୁପ୍ରିମକୋର୍ଟଙ୍କ ଆଦେଶ ପ୍ରତି ଏକ ଆହ୍ୱାନ ନୁହେଁ କି?

୪. ଜନସାଧାରଣଙ୍କ ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣ
SIR ବାହାନାରେ ଲକ୍ଷ ଲକ୍ଷ ବୈଧ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯାଉଛି କେବଳ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ଫାଇଦା ପହଞ୍ଚାଇବା ପାଇଁ। ବିରୋଧୀ ଦଳ ଭାବେ ଜନସାଧାରଣଙ୍କ ଭୋଟ୍ ଦେବାର ଅଧିକାରକୁ ରକ୍ଷା କରିବା ପାଇଁ କଂଗ୍ରେସ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାକୁ ‘ଅରାଜକତା’ କହି ଅପମାନିତ କରୁଛନ୍ତି। ଗଣତନ୍ତ୍ରରେ ଜନତାଙ୍କ ହକ୍ ପାଇଁ ଲଢ଼େଇ କରିବା କେବେଠାରୁ ଅରାଜକତା ହେଲା, ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ।

୫. କାର୍ଯ୍ୟାନୁଷ୍ଠାନ ଓ ବହିଷ୍କାର ଦାବି ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ
ସମ୍ବିଧାନକୁ ଅସ୍ତ୍ର କରି ନିଜ ଇଚ୍ଛା ମୁତାବକ ନିଷ୍ପତ୍ତି ନେଉଥିବା ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ତଦନ୍ତ ହେବା ସହ ତାଙ୍କୁ ତୁରନ୍ତ ବହିଷ୍କାର କରାଯିବା ଆମର ସାମ୍ବିଧାନିକ ଦାବି। ଯେଉଁମାନେ ଭୋଟର ତାଲିକାରେ ହେରଫେର କରି ଦେଶଦ୍ରୋହ ଭଳି ଅପରାଧ କରୁଛନ୍ତି, ସେମାନଙ୍କୁ କ୍ଷମା କରାଯିବ ନାହିଁ।ଆମର ଚେତାବନୀ:ବିଜେପି ସରକାର ପୋଲିସ ବଳ ପ୍ରୟୋଗ କରି କିମ୍ବା ମିଥ୍ୟା ବିବୃତି ଦେଇ କଂଗ୍ରେସର ସ୍ୱରକୁ ଚପାଇ ପାରିବେ ନାହିଁ। ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ନଆସିବା ପର୍ଯ୍ୟନ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନିଜର ଆନ୍ଦୋଳନ ଜାରି ରଖିବ। ମୁଖ୍ୟମନ୍ତ୍ରୀ ଦିଲ୍ଲୀର ଆକାଶରୁ ଓହ୍ଲାଇ ଓଡ଼ିଶାର ଜନସାଧାରଣଙ୍କ ସାମ୍ବିଧାନିକ ଅଧିକାର ସୁରକ୍ଷା ଦିଗରେ ଧ୍ୟାନ ଦିଅନ୍ତୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking