31.1 C
Bhubaneswar
Monday, September 28, 2026
Homeଓଡିଶାପୁଣି ଖୋଲିଲା ଇନ୍ଦ୍ରାବତୀ ଜଳଭଣ୍ଡାରର ଗୋଟିଏ ଗେଟ୍

ପୁଣି ଖୋଲିଲା ଇନ୍ଦ୍ରାବତୀ ଜଳଭଣ୍ଡାରର ଗୋଟିଏ ଗେଟ୍

ଭୁବନେଶ୍ୱର: ପୁଣି ଖୋଲିଲା ଇନ୍ଦ୍ରାବତୀ ଜଳଭଣ୍ଡାରର ଗୋଟିଏ ଗେଟ୍ । ଆଜି ରାତି ପ୍ରାୟ ୨ଟା ସମୟରେ ଇନ୍ଦ୍ରାବତୀ ଜଳଭଣ୍ଡାରର ୩ ନମ୍ବର ଗେଟ୍ ଖୋଲାଯାଇଥିବା ନେଇ ପ୍ରକଳ୍ପ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।ଇନ୍ଦ୍ରାବତୀ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୪୨ ମିଟର ରହିଛି । ରାତି ୧୦ଟା ସୁଦ୍ଧା ଜଳସ୍ତର ୬୪୧.୬୫ ମିଟର ଅତିକ୍ରମ କରିଥିଲା । ଏହାପରେ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଭାଗୀୟ ସଚିବଙ୍କ ଅନୁମୋଦନ ପରେ ଗୋଟିଏ ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ଜଳଭଣ୍ଡାର ମଧ୍ୟକୁ ୪୪୬.୨୩୬ କ୍ୟୁମେକ୍ସ ଜଳ ପ୍ରବେଶ କରୁଥିବା ବେଳେ ୨୪୦.୨୧୮ କ୍ୟୁମେକ୍ସ ଜଳ ନିଷ୍କାସିତ ହେଉଛି ।

ସୂଚନା ଅନୁଯାୟୀ, ଇନ୍ଦ୍ରାବତୀ ଜଳଭଣ୍ଡାରର ୩ଟି ଗେଟ୍ ଓ ମୁରାନ ଡ୍ୟାମର ଗୋଟିଏ ଫାଟକ ପୂର୍ବରୁ ଖୋଲାଯାଇଥିଲା । ତେବେ ନବରଙ୍ଗପୁର, କୋଷାଗୁମୁଡା, କୋଟପାଡ଼ ଓ ଛତିଶଗଡ଼ରେ ବନ୍ୟା ପରିସ୍ଥିତି ଦେଖାଦେବା ପରେ ଗେଟ୍‌ଗୁଡ଼ିକୁ ବନ୍ଦ କରାଯାଇଥିଲା । ବର୍ତ୍ତମାନ ଧୀରେ ଧୀରେ ବନ୍ୟା ପରିସ୍ଥିତିରେ ସୁଧାର ଆସୁଥିବାରୁ ସ୍ଥିତିକୁ ଦୃଷ୍ଟିରେ ରଖି ଗୋଟିଏ ଗେଟ୍ ଖୋଲାଯାଇଥିବା କହିଛନ୍ତି ପୋଡ଼ଗଡ଼ ଡ୍ୟାମର ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ପଟ୍ଟନାୟକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking