ଗଞ୍ଜାମ: ଅନିର୍ଦ୍ଦିଷ୍ଟ କାଳ ଯାଏଁ କଳିଙ୍ଗା ଘାଟି ସିଲ କଲା ପ୍ରଶାସନ । ଲଗାଣ ବର୍ଷାରେ ପୁଣି ଭୂସ୍ଖଳନ ପରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସିଲ । ଅନ୍ଧାରକୋଟ ବନ ଦୁର୍ଗା ମନ୍ଦିର ପୂର୍ବରୁ ଧସିଛି ଗାର୍ଡ ୱାଲ । ପୂର୍ବରୁ ଆସନ୍ତାକାଲି ଯାଏଁ କଳିଙ୍ଗା ଘାଟି ବନ୍ଦ କରିଥିଲା ପ୍ରଶାସନ । ଆଜି ଭୂସ୍ଖଳନ ପରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ କଳିଙ୍ଗା ଘାଟି ସିଲ ହୋଇଛି ।ବିଜୟୱାଡ଼ା-ରାଞ୍ଚି କରିଡରର ଗୁରୁତ୍ୱପୂର୍ଣ୍ଣ କଳିଙ୍ଗା ଘାଟି ଏବେ ବିପଦ ମୁହଁରେ । କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ଜୀବନରେଖା କୁହାଯାଉଥିବା ଏହି ଘାଟିରେ ପୁଣି ବଡ଼ ଧରଣର ଭୂସ୍ଖଳନ ଯୋଗୁଁ ବିପଦ ବଢ଼ିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି କଡ଼ା ନଜର ରଖିଛି । ବର୍ଷା ଜାରି ରହିଥିବାରୁ ଘାଟି ଅଞ୍ଚଳରେ ଯାତାୟାତ ନେଇ ମଧ୍ୟ ଆଶଙ୍କା ବଢ଼ିଛି ।










