27.1 C
Bhubaneswar
Thursday, September 24, 2026
Homeଓଡିଶାଓରାଙ୍ଗଉଟାନ୍ ସ୍ମଗଲିଂ ପଛରେ ବଡ଼ ରାକେଟ: ସବୁ ଓରାଙ୍ଗଉଟାନ୍ ଶାବକ ସୁସ୍ଥ

ଓରାଙ୍ଗଉଟାନ୍ ସ୍ମଗଲିଂ ପଛରେ ବଡ଼ ରାକେଟ: ସବୁ ଓରାଙ୍ଗଉଟାନ୍ ଶାବକ ସୁସ୍ଥ

ଭୁବନେଶ୍ବର: ଓରାଙ୍ଗଉଟାନକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କ ବଡ଼ ବୟାନ । ମନ୍ତ୍ରୀ କହିଲେ, ଓରାଙ୍ଗଉଟାନ୍ ସ୍ମଗଲିଂ ପଛରେ ରହିଛି ବଡ଼ ରାକେଟ୍ । ସବୁ ଦିଗକୁ ନେଇ ତଦନ୍ତ ଜାରି ରହିଛି । ଏବେ ନନ୍ଦନକାନନରେ ରହିଥିବା ସମସ୍ତ ଓରାଙ୍ଗଉଟାନ୍ ଶାବକ ସୁସ୍ଥ ଅଛନ୍ତି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି । ଗତ ୮ ତାରିଖ ରାତିରେ ବାଲେଶ୍ବର ଜିଲ୍ଲା ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ହୋଇ ନନ୍ଦନକାନନ ଆସିଥିଲେ । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଶିଶୁ ଲାଳନପାଳନ କେନ୍ଦ୍ର ସଙ୍ଗରୋଧ ଗୃହରେ ସେମାନଙ୍କୁ ରଖାଯାଇଛି । ପିସିସିଏଫଙ୍କ ଦ୍ୱାରା ଗଠିତ ବୈଷୟିକ କମିଟି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ତାଙ୍କ ପରାମର୍ଶରେ ପ୍ରାଣୀ ଚିକିତ୍ସକମାନେ ସେମାନଙ୍କ ଚିକିତ୍ସା କରୁଛନ୍ତି ।କିଛି ସମୟ ଅନ୍ତରରେ ଆବଶ୍ୟକ ଖାଦ୍ୟ ଦିଆଯାଉଛି । କ୍ଷୀର ପାଉଡର ପରିମାଣ ବୃଦ୍ଧି କରାଯିବା ସହିତ ଗାଜର ଓ ବିନ୍ସ ସିଝା ଖାଇବାକୁ ଦିଆଯାଉଛି । ସଙ୍ଗରୋଧରେ ରହିବା ଇତିମଧ୍ୟରେ ୧୬ ଦିନ ବିତିଗଲାଣି । ସେମାନେ ଖେଳକୁଦ କରିବା ସହିତ ସକ୍ରିୟ ହେଉଛନ୍ତି । ନିୟମ ଅନୁଯାୟୀ ସେମାନେ ଆହୁରି ୧୪ ଦିନ ସଙ୍ଗରୋଧରେ ରହିବେ । ପରେ ସେମାନେ କେଉଁଠି ରହିବେ ସ୍ପଷ୍ଟ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking