28.1 C
Bhubaneswar
Wednesday, September 23, 2026
Homeଓଡିଶା୨୦୨୬ରେ ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ବଜ୍ରପାତରେ ୧୨ ଜଣଙ୍କର ମୃତ୍ୟୁ

୨୦୨୬ରେ ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ବଜ୍ରପାତରେ ୧୨ ଜଣଙ୍କର ମୃତ୍ୟୁ

ବାରିପଦା: ଆକାଶରେ ମେଘ ଘୋଟିଲେ ମୟୂରଭଞ୍ଜବାସୀଙ୍କୁ ଘାରୁଛି ବିଜୁଳି ଓ ଘଡ଼ଘଡ଼ିର ଭୟ । ବିଜୁଳି ଝଲସିବା ଆରମ୍ଭହେଲେ ଥରେ ଅଧେ ନୁହେଁ ବରଂ ଦୀର୍ଘ ସମୟ ଧରି ୫୦/ ୬୦ ଥର ଲଗାତାର ବିଜୁଳି ମାରୁଛି । ତା’ ସାଙ୍ଗକୁ ଘଡ଼ଘଡ଼ିର ଗୁଡ଼ୁମ୍ ଗୁଡ଼ୁମ୍ ଶବ୍ଦରେ ଘରଦ୍ଵାର ଥରି ଉଠୁଥିବା ବେଳେ ମନରେ ଭୟ ସଂଚାର କରୁଛି । ତଥ୍ୟ ଅନୁଯାୟୀ ସାରା ଦେଶରେ ବଜ୍ରପାତର ହଟସ୍ପଟ୍ ଭାବେ ମୟୂରଭଞ୍ଜ ଜିଲ୍ଲା ଦୁର୍ନାମ ଅର୍ଜନ କରିଛି । ଏଠାରେ ବର୍ଷକୁ ୭୨ ହଳାର ଥର ବିଜୁଳି ଓ ବଜ୍ରପାତର କମ୍ପନ ଜିଲ୍ଲାବାସୀଙ୍କୁ ଆତଙ୍କିତ କରୁଥିବା ବେଳେ ବଜ୍ରପାତ ବିପର୍ଯ୍ୟୟ ତଥା ମୃତ୍ୟୁ ସଂଖ୍ୟା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି ।

ସରକାରୀ ତଥ୍ୟ ଓ ଗବେଷଣାରୁ ଜଣାପଡିଛି ଯେ, ମୟୂରଭଞ୍ଜରେ ବର୍ଷକୁ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ୩୨ ଯାହା ଓଡ଼ିଶାରେ ଅନ୍ୟାନ୍ୟ ଜିଲ୍ଲା ଅପେକ୍ଷା ସର୍ବାଧିକ । ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୨୦ ମସିହାରେ ବଜ୍ରପାତରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୨୧ରେ ୨୦ ଜଣ, ୨୦୨୨ରେ ୩୫ ଜଣ, ୨୦୨୩ରେ ୨୮ ଜଣ, ୨୦୨୪ରେ ୨୬ ଜଣ, ୨୦୨୫ରେ ୨୨ଜଣ ଏବଂ ୨୦୨୬ରେ ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଅର୍ଥାତ୍ ୨୦୨୦ ମସିହାରୁ ଏଯାବତ୍ ୧୮୩ ଜଣଙ୍କର ବଜ୍ରପାତ ଜନିତ ମୃତ୍ୟୁ ହୋଇଥିବା ଜଣାପଡିଛି ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବିଧାନସଭାରେ ମଧ୍ୟ ପୂର୍ବରୁ ଏ ସଂପର୍କରେ ତଥ୍ୟ ରଖି ସାରିଛନ୍ତି । ସେପଟେ ଫକୀରମୋହନ ବିଶ୍ଵ ବିଦ୍ୟାଳୟର ପ୍ରଫେସର ମନୋରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ହୋଇଥିବା ଗବେଷଣାରୁ ୨୦୦୦ରୁ ୨୦୨୦ ମଧ୍ୟରେ ୫୨୨ ଜଣଙ୍କର ମୃତ୍ୟୁ କେବଳ ମୟୂରଭଞ୍ଜ ଜିଲ୍ଲାରେ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking