27.1 C
Bhubaneswar
Tuesday, September 22, 2026
Homeଓଡିଶାଆଇଏଏସ୍‌ରେ ନୂତନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏଂଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଇଏଏସ୍‌ରେ ନୂତନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏଂଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ)ର ପ୍ରଥମ ବର୍ଷର ବିଏସ୍‌ସି (ଅନର୍ସ) ଏଗ୍ରିକଲ୍‌ଚର ନୂତନ ଛାତ୍ରଛାତ୍ରୀଙ୍କ ୧୪ ତମ ବ୍ୟାଚ ନିମନ୍ତେ ସୋମବାର ଓରିଏଂଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ୱବିଦ୍ୟାଳୟରେ ଉପଲ୨ ବିଭିନ୍ନ ବ୍ୟବସ୍ଥା ଓ ସମ୍ବଳର ସୁଯୋଗ ନେବା ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କୁ ବିଶେଷ ସୂଚନା ଦେଇଥିଲେ । ଶୃଙ୍ଖଳିତ, କଠିନ ପରିଶ୍ରମ ଓ ସମାୟାନୁବର୍ତିତା ହେବା ସହ ଅଧ୍ୟବସାୟର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଦେଶର ଶ୍ରେଷ୍ଠ ୧୫ତମ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଆରମ୍ଭ କରିବାକୁ ଯାଉଛ ବୋଲି ପ୍ରଫେସର ନନ୍ଦ ସେମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ଛାତ୍ରଛାତ୍ରୀଙ୍କର ଆଚରଣ, ସତ୍ୟତା ଏବଂ ସଚ୍ଚୋଟତା ହିଁ ଭବିଷ୍ୟତରେ ବିଶ୍ୱବିଦ୍ୟାଳୟ ନିମନ୍ତେ ସ୧ାନ ବୃଦ୍ଧି କରିବ ବୋଲି କୁଳପତି କହିଥିଲେ ।

ଏହି ସାମ୍ପ୍ରତିକ ଯୁଗରେ କୃଷି କେବଳ ଚାଷରେ ସୀମିତ ନ ରହି ବରଂ ବୈଜ୍ଞାନିକ ଗବେଷଣା ଓ ଉଦ୍ୟୋଗର ଏକ ବଡ ମାଧ୍ୟମ । କୃଷି କ୍ଷେତ୍ରରେ ନୂତନ ଜ୍ଞାନ କୌଶଳ ଓ ଗବେଷଣାର ଆବଶ୍ୟକତା ବୃଦ୍ଧି ପାଉଥିବା ବେଳେ ସୋଆ ଆଇଏଏସରେ ଅଧ୍ୟୟନ କରିବା ପାଇଁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ବେଶ ଉତ୍ସାହୀ ବୋଲି ପ୍ରଫେସର ନନ୍ଦ କହିଥିଲେ । ସେହିପରି ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ସ୧ାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନେ ନିଜକୁ କେବଳ ପାଠପଢ଼ା ଭିତରେ ସୀମିତ ନ ରଖି କିଭଳି ସମାଜର ସର୍ବାଙ୍ଗୀନ ଉନ୍ନତି କରିପାରିବେ ସେ ନେଇ ଆହ୍ୱାନ ଦେଇଥିଲେ । ବଡ ସ୍ୱପ୍ନକୁ ସାକାର କରିବାକୁ ହେଲେ ନିଜ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ରଖିବା ଉଚିତ୍ । ଏହି ମନୋଭାବ ନେଇ ମାଟି ପାଇଁ କାମ କଲେ ସେହି ମାଟି ଦିନେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗର୍ବ ିତ ହେବ ବୋଲି ପ୍ରଫେସର ଦାସ ମତବ୍ୟକ୍ତ କରିଥିଲେ ।

ଭାରତ ସରକାରଙ୍କ ଜାତୀୟ ଶିକ୍ଷାନୀତି ଅନୁସାରେ ସେପ୍ଟେମ୍ବର ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଦୀକ୍ଷାରମ୍ଭ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ସଂସ୍କୃତି, ଶୈକ୍ଷିକ ବାତାବରଣ,ମୂଲ୍ୟବୋଧ ପାଠ୍ୟକ୍ରମ ଓ ଏହାର ବିଭିନ୍ନ ଦିଗ ବିଷୟରେ ଶିକ୍ଷାବିତ, କୃଷି ବିଜ୍ଞାନୀ ଓ ଅଭିଜ୍ଞ ଅଧ୍ୟାପକମାନେ ନୂତନ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରାଇବେ । ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତକହିଥିଲେ ଯେ ବର୍ତମାନ ସମୟରେ କୃଷି ଆଉ ପାରମ୍ପରିକ ବ୍ୟବସାୟ ଭାବେ ସୀମିତ ହୋଇ ରହି ନାହିଁ । ଏହା ଖାଦ୍ୟସୁରକ୍ଷା, ଜଳବାୟୁ ପରିର୍ତନ, ପ୍ରଯୁକ୍ତି ବିଦ୍ୟା, ଗ୍ରାମୀଣ ବିକାଶ, ଉଦ୍ୟୋଗ ଏବଂ ସମାଜ କଲ୍ୟାଣ ସହିତ ମଧ୍ୟ ଜଡିତହୋଇଯାଇଛି । ଚାକିରି ପଛରେ ସମୟ ଅତିବାହିତ ନ କରି ବରଂ ସଫଳ ଉଦ୍ୟୋଗୀ ହୋଇ ଅନ୍ୟମାନଙ୍କୁ ବୃତି ପ୍ରଦାନ କରିବା ଆବଶ୍ୟକ । ପରିବର୍ତିତ ଜଳବାୟୁ ପରିସ୍ଥିତିରେ କୃଷି ଭିତିକ ଶିକ୍ଷା ଲାଭକୁ କିପରି ଭାବେ ସମାଜସୁରକ୍ଷା, କୃଷିରସୁରକ୍ଷା ଓ କୃଷି ଉତ୍ପାଦନରେ ନିୟୋଜିତ କରାଯାଇ ପାରିବ ସେ ନେଇ ଛାତ୍ରଛାତ୍ରୀଙ୍କୁ ପ୍ରଫେସର ରାଉତ ଆହ୍ୱାନଦେଇଥିଲେ । ଉଦ୍ଭିଦ ସଂଗଠନ ବିଭାଗୀୟ ମୁଖ୍ୟ ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking