ସୁନ୍ଦରଗଡ଼: ସୁନ୍ଦରଗଡ଼ କାହ୍ନାକୁଣ୍ଡରେ ମହିଳା ନିଖୋଜ ଘଟଣା । ଆଜି ତୃତୀୟ ଦିନ ପାଇଁ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ। ଘଟଣା ସ୍ଥଳରେ ଏଓଡିଆରଏଫ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଚାଲିଛି । ଗୁରୁବାର ଦିନ ପରିବାର ସହ ବାଲିଶଙ୍କରା କାହ୍ନାକୁଣ୍ଡ ବୁଲିବାକୁ ଆସିଥିଲେ ପ୍ରଜ୍ଞାଶ୍ରୀ ପଣ୍ଡା । ପଥରଶଯ୍ୟା ନଦୀରେ ଗୋଡ଼ ଖସି ଯିବାରୁ ନିଖୋଜ ହୋଇଯାଇଛନ୍ତି। ସୁନ୍ଦରଗଡ଼ ସହର ମହିଳା ମହାବିଦ୍ୟାଳୟ ସମ୍ମୁଖ ପଡ଼ାରେ ରହୁଥିବା ପ୍ରଜ୍ଞାଶ୍ରୀ ପଣ୍ଡା ଜଣେ ସାମାଜିକକର୍ମୀ ତଥା ସଂଗଠିକା ରୂପେ ପରିଚିତ। ତେବେ ପ୍ରଜ୍ଞାଶ୍ରୀ ପାଣିରେ ବୁଡ଼ି ନିଖୋଜ ଘଟଣା ସାରା ସହରକୁ ସ୍ତବ୍ଧ କରିଛି। ସୂଚନା ଅନୁସାରେ ପ୍ରଜ୍ଞାଶ୍ରୀ ନିଜ ଭାଇ ରାଜ, ଭଉଣୀ ଇତିଶ୍ରୀ ପୁରୋହିତ ଓ ତାଙ୍କ ସ୍ବାମୀଙ୍କ ସହ କାହ୍ନାକୁଣ୍ଡ ବୁଲିବାକୁ ଯାଇଥିବା ବେଳେ ଅଘଟଣ ଘଟିଛି ।










