29.1 C
Bhubaneswar
Friday, September 18, 2026
Homeଓଡିଶାଓରାଙ୍ଗଉଟାନଙ୍କ ସମ୍ପର୍କରେ ଅନ୍ତର୍ଜାତୀୟ ଲିଙ୍କ ଥିବା ସନ୍ଦେହ: ମନ୍ତ୍ରୀ

ଓରାଙ୍ଗଉଟାନଙ୍କ ସମ୍ପର୍କରେ ଅନ୍ତର୍ଜାତୀୟ ଲିଙ୍କ ଥିବା ସନ୍ଦେହ: ମନ୍ତ୍ରୀ

ଭୁବନେଶ୍ୱର: ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ ଅନ୍ତର୍ଜାତୀୟ ଲିଙ୍କ ଥିବା ସନ୍ଦେହ କରଯାଉଛି। ଏନେଇ ବିଭିନ୍ନ ରାଜ୍ୟରେ ତଦନ୍ତ ଚାଲିଛି। ମୂଳକୁ ପହଞ୍ଚିବା ପାଇଁ ସମୟ ଲାଗିପାରେ ହେଲେ ଦୋଷୀ ଧରାପଡ଼ିବେ। ଏପରି କି ସବୁ ଓରାଙ୍ଗଉଟାନ ସୁସ୍ଥ ଥିବାବେଳେ ସମସ୍ତଙ୍କ ଯତ୍ନ ନିଆଯାଉଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।୫ ଶାବକ ଓରାଙ୍ଗଉଟାନଙ୍କ ମଧ୍ୟରୁ ୩ ଜଣ ରକ୍ତହୀନତା (ଆନେମିଆ) ରୋଗରେ ପୀଡ଼ିତ ଥିବା ବୁଧବାର ନନ୍ଦନକାନନ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଉଦ୍ଧାର ହୋଇଥିବା ଗୋଟିଏ ଶାବକ ଓରାଙ୍ଗଉଟାନ ଜ୍ୱରରେ ଆକ୍ରାନ୍ତ ହେବା ପରେ ସମସ୍ତ ୫ଟି ଯାକ ପ୍ରାଣୀଙ୍କର ଏକ୍ସ-ରେ ଏବଂ ରକ୍ତ ପରୀକ୍ଷା ସହ ବ୍ୟାପକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ନନ୍ଦନକାନନ ପ୍ରାଣୀଉଦ୍ୟାନ ପକ୍ଷରୁ ଜାରି ସ୍ବାସ୍ଥ୍ୟ ବୁଲେଟିନ ଅନୁଯାୟୀ, କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିବା ୫ ଓରାଙ୍ଗଉଟାନଙ୍କ ରକ୍ତ ନମୁନା ପରୀକ୍ଷାରୁ ଜଣଙ୍କଠାରେ ଗୁରୁତର ରକ୍ତହୀନତା ଏବଂ ଅନ୍ୟ ୨ ଜଣଙ୍କଠାରେ ମୃଦୁ ରକ୍ତହୀନତା ଚିହ୍ନଟ ହୋଇଛି। ବୈଷୟିକ କମିଟିର ପରାମର୍ଶ ଅନୁଯାୟୀ ସେମାନଙ୍କୁ ଆବଶ୍ୟକ ପୋଷକ ତତ୍ତ୍ୱ ଓ ଔଷଧ ଯୋଗାଇଦେବା ଆରମ୍ଭ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking