29.1 C
Bhubaneswar
Friday, September 18, 2026
Homeଓଡିଶାକୋଟିପତି ଠକ ଗିରଫ: ୬ କୋଟି ୮୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

କୋଟିପତି ଠକ ଗିରଫ: ୬ କୋଟି ୮୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଧରାପଡ଼ିଛି ଜଣେ କୋଟିପତି ଠକ। ରାଜସ୍ଥାନରେ ପ୍ରାୟ ୬ କୋଟି ୮୦ ଲକ୍ଷ ଟଙ୍କାର ଠକେଇ ମାମଲାରେ ଅଭିଯୁକ୍ତ ଥିବା ବିଶ୍ୱଜିତ ପୃଷ୍ଟିଙ୍କୁ ପାହାଳ ଅଞ୍ଚଳରୁ ଗିରଫ କରିଛି କମିସନରେଟ୍ ପୁଲିସ। ସୂଚନା ଅନୁସାରେ, ବିଶ୍ୱଜିତ ରାଜସ୍ଥାନରେ ପ୍ରାୟ ୨ କୋଟି ଟଙ୍କାର ଠକେଇ କରିବା ପରେ ଭୁବନେଶ୍ୱର ଆସି ପାହାଳ ଅଞ୍ଚଳରେ ଲୁଚି ରହିଥିଲା। ତାଙ୍କ ବିରୋଧରେ ରାଜସ୍ଥାନ ସାଇବର ଥାନାରେ ମାମଲା ରହିଥିବାରୁ ପୁଲିସ ତାଙ୍କୁ ଖୋଜୁଥିଲା।

ଅଭିଯୁକ୍ତଙ୍କ ଭୁବନେଶ୍ୱରରେ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ରାଜସ୍ଥାନ ପୁଲିସ କମିସନରେଟ୍ ପୁଲିସ ସହ ଯୋଗାଯୋଗ କରିଥିଲା। ଏହାପରେ ପାହାଳ ଅଞ୍ଚଳରେ ଚଢ଼ାଉ କରି ବିଶ୍ୱଜିତଙ୍କୁ ଧରିଥିଲା ପୁଲିସ। ଗିରଫ ପରେ କମିସନରେଟ୍ ପୁଲିସ ଅଭିଯୁକ୍ତଙ୍କୁ ରାଜସ୍ଥାନ ପୁଲିସ ଜିମାରେ ଦେଇଛି। ପରେ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନିଆଯାଇଛି। ତାଙ୍କ ବିରୋଧରେ ରାଜସ୍ଥାନରେ ହୋଇଥିବା ଠକେଇ ସମ୍ପର୍କରେ ଅଧିକ ତଦନ୍ତ କରାଯାଉଛି। ଏହାସହ ବିଶ୍ୱଜିତ ଅନ୍ୟ କେଉଁ ଅଞ୍ଚଳରେ ଠକେଇ କରିଛନ୍ତି କି ନାହିଁ, ତାଙ୍କ ସହ ଆଉ କେହି ସାମିଲ ଅଛନ୍ତି କି ନାହିଁ ଏବଂ ଠକେଇ ଟଙ୍କାର କାରବାର କିପରି ହୋଇଥିଲା, ସେନେଇ ମଧ୍ୟ ଛାନଭିନ୍ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking