ନୂଆଦିଲ୍ଲୀ: ସେମିକନ ଇଣ୍ଡିଆ- ୨୦୨୬ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ । କହିଲେ, ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢିଛି । ଭାରତ ଏବେ ବିକାଶର ରାସ୍ତାରେ ଦୌଡୁଛି । ଭାରତରେ ପ୍ରସ୍ତୁତ ଚିପ ସାରା ବିଶ୍ୱରେ ପହଞ୍ଚୁଛି । ଭାରତରେ ଇଞ୍ଜିନିୟରିଂ ଟ୍ୟାଲେଣ୍ଟର କୌଣସି ଅଭାବ ନାହିଁ । ଭାରତରେ ସେମିକଣ୍ଡକ୍ଟର ମିଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ଗତ ୨ ବର୍ଷରେ ସେମିକଣ୍ଡକ୍ଟର କ୍ଷେତ୍ରରେ ୨୦ ପ୍ରତିଶତ ବୃଦ୍ଧି ଘଟିଛି । ବର୍ତ୍ତମାନ ସୁଦ୍ଧା ୧୨ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।ଏଆଇ ଆସିବା ଦ୍ୱାରା ଅନେକ ପ୍ରଶ୍ନ ଆମ ଆଗରେ ଠିଆ ହୋଇଛି । ଭାରତ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ବୋଲି ମୋଦି କହିଛନ୍ତି ।










