32.1 C
Bhubaneswar
Wednesday, September 16, 2026
Homeଓଡିଶାପୁରୀ ସମୁଦ୍ରର ଓଟାରୁଣୀ ସ୍ରୋତରୁ ଦୁଇ ନାବାଳକ ପର୍ଯ୍ୟଟକ ଉଦ୍ଧାର

ପୁରୀ ସମୁଦ୍ରର ଓଟାରୁଣୀ ସ୍ରୋତରୁ ଦୁଇ ନାବାଳକ ପର୍ଯ୍ୟଟକ ଉଦ୍ଧାର

ପୁରୀ:  ପୁରୀ ସମୁଦ୍ରରେ ଗାଧୋଇବାକୁ ଯାଇଥିବା ଦୁଇ ନାବାଳକ ପର୍ଯ୍ୟଟକ ଡୁବିଯାଉଥିଲେ। କୂଳରେ ଥିବା ଲାଇଫ୍‌ଗାର୍ଡ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ଉଦ୍ଧାର ପାଇଥିବା ଦୁଇ ନାବାଳକ ହେଉଛନ୍ତି ବଲାଙ୍ଗୀର କଣ୍ଟାବାଞ୍ଜି ଅଞ୍ଚଳର ଆୟୁଷ ଗୁପ୍ତା(୧୭) ଓ ଆୟନ ଗୁପ୍ତା(୧୪)।ମିଳିଥିବା ସୂଚନା ଅନୁଯାୟୀ, ଆଜି (ବୁଧବାର) ଅପରାହ୍ନ ସମୟରେ ଦୁଇ ନାବାଳକ ସେକ୍ଟର-୪ ପୁରୀ ହୋଟେଲ ସମ୍ମୁଖ ବେଳାଭୂମିରେ ସ୍ନାନ କରୁଥିଲେ। ସମୁଦ୍ରର ’ରିପ୍ କରେଣ୍ଟ’ (ପଛକୁ ଦ୍ରୁତଗତିରେ ଫେରୁଥିବା ଓଟାରୁଣୀ ସ୍ରୋତ)ରେ ଭାସି ଯାଇ ଦୁହେଁ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ ଏବଂ ବୁଡିବାକୁ ଲାଗିଥିଲେ। ଚିତ୍କାର ଶୁଣି ସେଠାରେ ଉପସ୍ଥିତ ଥିବା ଲାଇଫଗାର୍ଡ ଟିମ୍ କାଳବିଳମ୍ବ ନକରି ସମୁଦ୍ର ଭିତରକୁ ଡେଇଁ ଦୁଇ ଜଣଙ୍କୁ ସୁରକ୍ଷିତ ଭାବେ କୂଳକୁ ଆଣିଥିଲେ। ଉଦ୍ଧାର ପରେ ବେଳାଭୂମିରେ ହିଁ ଦୁଇ ନାବାଳକଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ବର୍ତ୍ତମାନ ଦୁହେଁ ସୁସ୍ଥ ଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking