32.1 C
Bhubaneswar
Wednesday, September 16, 2026
Homeଓଡିଶାମୂର୍ତ୍ତି ବିସର୍ଜନ ବେଳେ ବୁଡିଗଲେ ୨ ଛାତ୍ର: ନବୀନଙ୍କ ଦୁଃଖ

ମୂର୍ତ୍ତି ବିସର୍ଜନ ବେଳେ ବୁଡିଗଲେ ୨ ଛାତ୍ର: ନବୀନଙ୍କ ଦୁଃଖ

ଭୁବନେଶ୍ୱର: ମୂର୍ତ୍ତି ବିସର୍ଜନ ବେଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଘୋଡ଼ାହାଡ଼ ନଦୀରେ ବୁଡ଼ି ଦୁଇ ନାବାଳକଙ୍କ ପ୍ରାଣହାନୀ ଘଟଣା ରେ ନବୀନ ପଟ୍ଟନାୟକ  ଦୁଃଖ  ପ୍ରକାଶ କରି କହିଛନ୍ତି, ଏହି ଘଟଣା  ବିଷୟରେ ଜାଣି ମୁଁ ଦୁଃଖୂତ। ଉଭୟଙ୍କ ଅମର ଆତ୍ମାର ସଦଗତି ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଏପରି ଦୁଃଖଦ ସମୟରେ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ସୂଚନା ଥାଉ କି ଆଜି  ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ବୁଡିଗଲେ ୨ ଛାତ୍ର । ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ଘୋଡାହାଡ ନଦୀରେ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ ଘଟିଛି । ପାଣିରେ ବୁଡି ହିଞ୍ଜିଳିକାଟୁ ଅଞ୍ଚଳର ଦୁଇ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ର ଦୁଇ ଜଣ ହେଉଛନ୍ତି ଗାୟତ୍ରୀ ନଗର ଏବଂ ଗଜପତି ମାର୍ଗ ଅଞ୍ଚଳର ବୋଲି ଜଣାପଡିଛି । ଉଭୟ ଛାତ୍ର ଅନ୍ୟ ସାଥିମାନଙ୍କ ସହିତ ମୂର୍ତ୍ତି ବିସର୍ଜନ ପାଇଁ ଘୋଡାହାଡ ନଦୀକୁ ଯାଇଥିଲେ । ବିସର୍ଜନ ସମୟରେ ଅସାବଧାନତା କାରଣରୁ ନଦୀରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ନଦୀରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିବା ବେଳେ ଘଟଣାସ୍ଥଳରେ ପୋଲିସ ମୃତଦେହ ଜବତ କରିବା ସହିତ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking