ପୁରୀ: ବଡ଼ଠାକୁରଙ୍କ ମହାସ୍ନାନ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ମହାସ୍ନାନ । ପ୍ରାୟ ୧ ଘଣ୍ଟା ପାଇଁ ବନ୍ଦ ରହିଲା ସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଛି ସୂଚନା ।ବୁଧବାର ସକାଳୁ ଶ୍ରୀମନ୍ଦିରର ଦ୍ୱାର ଫିଟା ନୀତି ପରେ ଚାଲିଥିଲା ନୀତି । ସମୟ ଗଡ଼ିବା ସହ ଠିକଠାକ୍ ଚାଲିଥିଲା ନୀତି । ଠାକୁରଙ୍କ ଅବକାଶ ପୂଜା ପରେ ଜଣେ ସେବାୟତ ପ୍ୟାଣ୍ଟ ସାର୍ଟ ପିନ୍ଧି ମହାପ୍ରଭୁଙ୍କୁ ଛୁଇଁ ଦେଇଥିଲେ । ଯାହାଫଳରେ ମହାପ୍ରଭୁ ମହାସ୍ନାନ କରାଯାଇଛି l ତେବେ ମହାପ୍ରଭୁଙ୍କ ମହାସ୍ନାନ ଲାଗି ସାଧାରଣ ଦର୍ଶନ ବନ୍ଦ ରହିଛି । ପ୍ରାୟ ୧ଘଣ୍ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ l ତେବେ ଠାକୁରଙ୍କ ମହାସ୍ନାନ ପରେ ପୁନଃଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା l










