32.1 C
Bhubaneswar
Tuesday, September 15, 2026
Homeଓଡିଶାଜେଲରୁ ମୁକୁଳିପାରିବେନି ଦାରା ସିଂ !

ଜେଲରୁ ମୁକୁଳିପାରିବେନି ଦାରା ସିଂ !

ଭୁବନେଶ୍ୱର: ଜେଲରୁ ଦାରା ସିଂ ମୁକୁଳିବା ସମ୍ଭାବନା କ୍ଷୀଣ । ଷ୍ଟେଟ ସେଣ୍ଟନ୍ସ ରିଭ୍ୟୁ ବୋର୍ଡ ଦ୍ୱାରା ଆବେଦନ ଖାରଜ ହୋଇଛି । ଆଗୁଆ ମୁକ୍ତି ପାଇଁ ହୋଇଥିବା ଆବେଦନ ଖାରଜ କଲେ ଏସଏସଆରବି । ଗତ ୩୧ ତାରିଖରେ ହୋଇଥିବା ବୈଠକରେ ଖାରଜ କରାଯାଇଥିବା ସୂଚନା ମିଳିଛି । ଗତ ଅଗଷ୍ଟ ୧୫ରେ ଦାରା ସେନା ବିକ୍ଷୋଭ ପ୍ରଦର୍ଶନ କରିଥିଲା । ପ୍ରାୟ ୨୫୦ ଦାରା ସେନା କର୍ମୀ ଉତ୍ତେଜନାମୂଳକ ସ୍ଲୋଗାନ ଦେଇଥିଲେ । ଏହାକୁ ନେଇ ଏସଏସଆରବି ସମୀକ୍ଷା କରିବା ପରେ ଆଗୁଆ ମୁକ୍ତି ପିଟିସନ ଖାରଜ ହୋଇଛି । ଆସନ୍ତା ୧୭ରେ ସୁପ୍ରିମକୋର୍ଟରେ ଏନେଇ ଶୁଣାଣି ରହିଛି । ଏସଏସଆରବି ରିପୋର୍ଟ ଦେବାରେ ବିଳମ୍ବ କରିଥିବାରୁ କ୍ଷୁବ୍ଧ ହୋଇଥିଲେ କୋର୍ଟ । ପୂର୍ବରୁ ୫ ଥର ଦାରାଙ୍କ ପିଟିସନକୁ ଖାରଜ କରିଛି ଏସଏସଆରବି । ୨୦୧୬, ୨୦୧୯, ୨୦୨୦, ୨୦୨୨, ୨୦୨୩ରେ ଖାରଜ ହୋଇଥିଲା । ୧୯୯୯ରେ ଗ୍ରାହମ ଷ୍ଟେନ୍ସ ଓ ତାଙ୍କ ୨ ପୁଅଙ୍କୁ ପୋଡି ମାରିଥିଲେ ଦାରା । ୨୦୦୩ରେ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ ସିବିଆଇ କୋର୍ଟ । ୨୦୦୫ରେ ଓଡିଶା ହାଇକୋର୍ଟ ଦଣ୍ଡାଦେଶ କମାଇ ଆଜୀବନ କରିଥିଲେ । ୨୬ ବର୍ଷ ୬ ମାସ ହେଲା କେନ୍ଦୁଝର ଜେଲରେ ଅଛନ୍ତି ଦାରା ସିଂ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking