ଭୁବନେଶ୍ୱର: ପାର୍ବଣ ଋତୁରେ ଉତ୍ସବର ଖୁସି ଆସିବା ପୂର୍ବରୁ ସାଧାରଣ ଚିନ୍ତାରେ ଖାଉଟି । ପୂଜା ବଜାର ଆରମ୍ଭରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ୍ ହୁ ହୁ ହୋଇ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଛି ।ଚିନି, ଚାଉଳ, ତେଲ, ଲୁଣ, ଡାଲିଠାରୁ ଆରମ୍ଭ କରି ପିଆଜ ଓ ଅନ୍ୟାନ୍ୟ ପନିପରିବା ଦରରେ ନିଆଁ ଲାଗିଛି । ବଜାରକୁ ଆସୁଥିବା ଗ୍ରାହକଙ୍କ ପକେଟ୍ ଆଖିପିଛୁଳାକେ ଖାଲି ହୋଇଯାଉଥିବା ବେଳେ ପ୍ରତ୍ୟେକ ପରିବାରର ହାଣ୍ଡିଶାଳ ବଜେଟ୍ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି ।










