30.1 C
Bhubaneswar
Sunday, September 13, 2026
Homeଓଡିଶାଘରକୁ ଫେରୁଥିବା ବେଳେ ଯୁବକଙ୍କୁ ଗୁଳିମାଡ଼

ଘରକୁ ଫେରୁଥିବା ବେଳେ ଯୁବକଙ୍କୁ ଗୁଳିମାଡ଼

ବ୍ରହ୍ମପୁର: ଗଞ୍ଜାମରେ ପୁଣି ଗର୍ଜିଲା ବନ୍ଧୁକ । ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଞ୍ଚଳରେ ହୋଇଛି ଗୁଳିକାଣ୍ଡ ହୋଇଛି । ପୂର୍ବ ବିବାଦକୁ ନେଇ ଗୁଳିକାଣ୍ଡ ହୋଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ଯୋଡlବନ୍ଧ ନିକଟରେ ଯୁବକଙ୍କୁ ଗୁଳିମାଡ଼ l ଯୁବକ ଜଣଙ୍କ ହେଲେ ସରlବାଡି ଗାଁର ଜୟସେନ ପ୍ରଧାନ l ଯୁବକ ଜଣଙ୍କ କୌଣସି କାମରେ ଯୋଡବନ୍ଧ ଯାଇଥିବା ବେଳେ ତିନି ଜଣ ଯୁବକ ବାଇକରେ ଆସି ଗୁଳି କାଣ୍ଡ କରିଥିବା ସୂଚନା ରହିଛି l ଗୁରୁତର ଅବସ୍ଥାରେ ଯୁବକଙ୍କୁ ପ୍ରଥମେ ଆସିକା ମେଡିକାଲ ଓ ପରେ ବ୍ରହ୍ମପୁର MKCGକୁ ସ୍ଥାନାନ୍ତର କରାଯାଇଛି l ଗୁରୁତର ଯୁବକଙ୍କ ପେଟରେ ଓ ଗୋଡ଼ରେ ୨ଟି ଗୁଳି ବାଜିଥିବା ସୂଚନା ରହିଛି l ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି l ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ଘଟିଥିବା ଅନୁମାନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking