29.1 C
Bhubaneswar
Friday, September 11, 2026
Homeଓଡିଶାପୁତୁରାର ଟାଙ୍ଗିଆ ଚୋଟରେ ଦାଦା ମୃତ

ପୁତୁରାର ଟାଙ୍ଗିଆ ଚୋଟରେ ଦାଦା ମୃତ

ଫୁଲବାଣୀ : ଜମିଜମା ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ପୁତୁରାର ଟାଙ୍ଗିଆ ଚୋଟରେ ଦାଦା ମୃତ । ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁଡ୍ରୁକୁମ୍ପା ଫାଣ୍ଡି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି । ବାପାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ପୁଅ ମଧ୍ୟ ଗୁରୁତର ହୋଇଛି । ମୃତକ ଜଣକ ହେଲେ ସୁଡ୍ରୁକୁମ୍ପା ଫାଣ୍ଡି ଅନ୍ତର୍ଗତ ସାରକେଶରୁ ଗ୍ରାମର ରତ୍ନାକର ମାଝୀ ।

ସୂଚନା ଅନୁଯାୟୀ, ସାରକେଶରୁ ଗ୍ରାମର ରତ୍ନାକର ମାଝୀ ଓ ତାଙ୍କ ଭାଇଙ୍କ ପରିବାର ମଧ୍ୟରେ ଜମିଜମା ମାମଲାକୁ କେନ୍ଦ୍ର କରି ପୂର୍ବରୁ ବିବାଦ ରହିଥିଲା । ଶୁକ୍ରବାର ଭୋର ୫ଟା ସମୟରେ ରତ୍ନାକର ଶୋଇଥିବା ବେଳେ ପୁତୁରା ରବୀନ୍ଦ୍ର ଘରେ ପଶି ତାଙ୍କୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲା । ବାପାଙ୍କ ଚିତ୍କାର ଶୁଣି ପୁଅ ଶିବ ଦୌଡ଼ି ଆସି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ରବୀନ୍ଦ୍ର ଶିବଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ସେ ଏବେ ଗୁରୁତର ହୋଇ ଫୁଲବାଣୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପୁଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଥିବା ଥାନା ଅଧିକାରୀ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking