ବାଲେଶ୍ୱର: ଅଧାରାସ୍ତାରେ ଆମ୍ବୁଲାନ୍ସ ଖରାପ ହେବା କାରଣରୁ ଚାଲିଗଲା ରୋଗୀଙ୍କ ଜୀବନ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଞ୍ଚଳରୁ ଆସିଛି ଏପରି ଘଟଣା ।ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ତୋରାଣିପଦା ଗାଁରେ ଭାଗବତ ସାହୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ଏହାପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲକୁ ପଠାଯାଉଥିଲା । ହେଲେ ଜଲଙ୍ଗ ଛକ ନିକଟରେ ଆମ୍ବୁଲାନ୍ସ ଖରାପ ହୋଇଯାଇଥିଲା । ଦୀର୍ଘ ସମୟ ଧରି ଅଧାରାସ୍ତାରେ ଅଟକି ରହିଥିଲା ଆମ୍ବୁଲାନ୍ସ । ଯାହାଫଳରେ ଗାଡ଼ିରେ ଥିବା ଗୁରୁତର ରୋଗୀଙ୍କର ମୃତ୍ୟୁ ହୋଇଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି । ଯେଉଁ ଆମ୍ବୁଲାନ୍ସ ଲୋକଙ୍କୁ ଠିକ୍ ସମୟରେ ମେଡିକାଲରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଆଜି ସେହି ଆମ୍ବୁଲାନ୍ସ ଅଧାରାସ୍ତାରେ ହୋଇଯାଇଛି ଖରାପ । ଏ ଦାୟିତ୍ୱ ହୀନତା ନା ଆଉ କିଛି ।










