ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ , ହାଇକୋର୍ଟ ଗଲା ବିଜୁ ଜନତା ଦଳ । ବାଚସ୍ପତିଙ୍କୁ ପକ୍ଷଭୁକ୍ତ କରି ବିଜେଡିର ପିଟ ପିଟିସନ ଦାଖଲ ।ରାଜ୍ୟସଭା ରାଜ୍ୟସଭା ନିର୍ବାଚନରେ ଦଳୀୟ ନିଷ୍ପତ୍ତି ବିରୋଧରେ ୮ ସଦସ୍ୟ ଭୋଟ ଦେଇଥିଲେ । ଦଳୀୟ ନିଷ୍ପତ୍ତି ବିରୋଧରେ ଭୋଟ ଦେଇଥିବାରୁ ସଦସ୍ୟତା ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ଦଳ ପିଟିସନ ଦାଖଲ କରିଥିଲା ବିଜେଡି । କିନ୍ତୁ ଟେକ୍ନିକାଲ ଗ୍ରାଉଣ୍ଡରେ ବାଚସ୍ପତି ପିଟିସନକୁ ଖାରଜ କରିଥିଲେ । ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବିଜେଡି ରିଟ ପିଟିସନ ଦାଖଲ କରିଛି । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି । ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ନବ ମଲ୍ଲିକ, ରମାକାନ୍ତ ଭୋଇ, ସୁବାସିନୀ ଜେନା . ଚକ୍ରଧର କହଁର, ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ କ୍ରସ ଭୋଟିଂ କରିଥିଲେ ।










