28.1 C
Bhubaneswar
Thursday, September 10, 2026
Homeଓଡିଶାବ୍ୟବସାୟୀଙ୍କୁ ବୋମା ଦେଖାଇ ଲୁଟ୍ !

ବ୍ୟବସାୟୀଙ୍କୁ ବୋମା ଦେଖାଇ ଲୁଟ୍ !

ଜଗତସିଂହପୁର: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ସୋମନାଥ  ହାଟ ନିକଟ ଏକ  ବଣ ଭିତରୁ ତିନୋଟି ଜୀବନ୍ତ ବୋମା ଜବତ ହୋଇଛି । ଗତ ୮ତାରିଖ ରାତିରେ ଦୁଇ ପରିବା ବ୍ୟବସାୟୀଙ୍କୁ ବନ୍ଧୁକ ଓ ବୋମା ଭୟ ଦେଖାଇ ପ୍ରାୟ ୨ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ । ତେବେ ଅଭିଯୁକ୍ତ ମାନେ ଫେରାର ହୋଇ ଯାଇଥିଲା ବେଳେ ଗତକାଲି ରାତିରେ ଛାଡି ଯାଇଥିବା ୩ଟି ବୋମାକୁ ଉଦ୍ଧାର କରିଛି ପୋଲିସ । ସୂଚନା ମୁତାବକ ଗତ ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ପ୍ରତାପ ନାୟକ ନାମକ ପରିବା ହୋଲସେଲର ବ୍ୟବସାୟ ସାରି ଟଙ୍କା ହିସାବ କରୁଥିବା ବେଳେ ୬ଜଣ ଦୁର୍ବୃତ୍ତ ବୋମା,  ବନ୍ଧୁକ, କଟୁରି ଧରି ଭୟଭୀତ କରାଇ ପ୍ରତାପଙ୍କ ସମେତ ଆଉଜଣେ ବ୍ୟବସାୟୀଙ୍କ ଠାରୁ ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ଛଡାଇ ନେଇ ଏକ ବମ ଫୁଟାଇ ଫେରାର ହୋଇ ଯାଇଥିଲେ । ପରେ ଅଭିଯୋଗ ପାଇ ପୋଲିସ ତଦନ୍ତ ଚଳାଇବା ସହିତ ଗତକାଲି ରାତିରେ ତିନୋଟି ବୋମା ନିକଟସ୍ଥ ବଣ ଭିତରେ ପଡିଥିବା ଜଣେ ଲୋକ ପୋଲିସ୍ କୁ ଖବର ଦେବାପରେ ପୋଲିସ ୩ଟି ଜୀବନ୍ତ ବୋମା ଜବତ କରି ନିଷ୍କ୍ରିୟ କରିଛି। ତେବେ ଗୋଟିଏ ପଟେ ବ୍ୟବସାୟୀ ମାନେ ଭୟଭୀତ ଥିବା ବେଳେ ପୋଲିସ ତଦନ୍ତ କରୁଥିବା ପ୍ରକାଶ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking