ଭଦ୍ରକ : ବାପାର ଧାରୁଆ ଅସ୍ତ୍ର ଆକ୍ରମଣରେ ପୁଅ ମୃତ। ପାରିବାରିକ କଳହ ପାଇଁ ହତ୍ୟା ସନ୍ଦେହ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଚୁନିଦା ଅଞ୍ଚଳରେ ଅଭାବନୀୟ ଘଟଣା । ସୂଚନା ଅନୁସାରେ, ରବି ସାହୁଙ୍କ ପୁଅ ବିକାଶ ସାହୁଙ୍କ ମଧ୍ୟ ରେ କୌଣସି କାରଣ ପାଇଁ ବିବାଦ ଥିଲା । ବୁଧବାର ସକାଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ପରେ ବାପା ବୋହୂକୁ ଘରେ ବନ୍ଦ୍ କରି ଦେଇଥିଲେ । ପରେ ଏକ ଛୁରିରେ ଆକ୍ରମଣ କରିଥିଲେ। ବାପାର ଆକ୍ରମଣରେ ବିକାଶ ଗୁରୁତର ହେବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଗ୍ରାମବାସୀ ମୃତକଙ୍କ ବାପାକୁ ଅଟକ ରଖିଛନ୍ତି ।










