32.1 C
Bhubaneswar
Tuesday, September 8, 2026
Homeଓଡିଶାଓଡିଶା ମାଟିରେ ପୁନର୍ବାର ଏକ ଗଣବିପ୍ଳବର ଉଦୟ ହୋଇଛି : ଭକ୍ତ

ଓଡିଶା ମାଟିରେ ପୁନର୍ବାର ଏକ ଗଣବିପ୍ଳବର ଉଦୟ ହୋଇଛି : ଭକ୍ତ

ଭୁବନେଶ୍ୱର: ଏମଏମଡିଆର କଳା ବିଲ ପ୍ରତ୍ୟାହାରକୁ ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ମିଳିତ ଅଧିବେଶନରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ନିଜର ମତ ବ୍ୟକ୍ତ କରିଛନ୍ତି l ସଭାପତି ଶ୍ରୀ ଦାସ ନିଜ ଅଭିଭାଷଣରେ କହିଛନ୍ତି ଯେ, ଆଜି ଇଣ୍ଡିଆ ମେଣ୍ଟ ଏକାଠି ହେବା କାରଣ ହେଲା, ଏହି ସରକାର ସବୁକ୍ଷେତ୍ରରେ ବିଫଳ ହୋଇଛି l ଓଡ଼ିଶାର ସ୍ୱାର୍ଥକୁ ଜଳାଞ୍ଜଳି ଦେଇଛି l ପୋଲାଭରମ ବଂଶଧାରା ମହାନଦୀର ଜଳ ରକ୍ଷା କରିପାରିଲେ ନାହିଁ l ବୈତରଣୀ ଶାଳନ୍ଦୀ ଆଦି ନଦୀର ଜଳକୁ କମ୍ପାନୀ ମାନଙ୍କ ହାତକୁ ଟେକିଦେଇଛି l ଏଇ ଦୁଇ ବର୍ଷରେ 100 ରୁ ଉର୍ଦ୍ଧ ଖଣି ଅମ୍ବାନୀ, ଅଦାନୀ, ବେଦାନ୍ତ, ଟାଟା, ବିର୍ଲା, ଡାଲମିଆକୁ ବିକ୍ରୀ କରିଦେଇଛି l ପୁଣି ବର୍ତ୍ତମାନ ଏମଏମଡିଆର ସଂଶୋଧନ କରି ଭୂମିଜ ସମ୍ପଦକୁ ମଧ୍ୟ ଧ୍ବଂସ କରିଦେଇଛି l ଖଣିଜ ସମ୍ପଦ ମାଧ୍ୟମରେ ଓଡ଼ିଶାର ସାମଗ୍ରିକ ବିକାଶଧାରାର ମୁଖ୍ୟ ଉତ୍ସଥିଲା l ଭାରତର ସମସ୍ତ ବଡ଼ ଶିଳ୍ପପତି ଓଡ଼ିଶାରେ ନିଜ ଶିଳ୍ପ ପ୍ରତିଷ୍ଠା କରିଛନ୍ତି l ସେମାନଙ୍କ ଆୟ 50 ହଜାର, ଲକ୍ଷେ କୋଟିକୁ ବୃଦ୍ଧି ପାଇବାରେ ଲାଗିଛି l ଅମ୍ବାନୀ ଅଦାନୀଙ୍କ ଟଙ୍କା ଯେତେ ବୃଦ୍ଧି ପାଉଛି ଓଡିଶାର ଗରିବୀ ସେତେ ବୃଦ୍ଧି ପାଇବାରେ ଲାଗିଛି l ଓଡିଶା ଲୋକଙ୍କ ପାଖରେ କାମ ନାହିଁ, ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି l ଯେଉଁଠି ଖଣି ପ୍ରଭାବ ଦ୍ୱାରା ବିସ୍ଥାପନ ହେଉଛି ସେଇ ବିସ୍ଥାପିତଙ୍କ ଦୁଃଖ ଓ ବେଦନା ଅତ୍ୟନ୍ତ କଷ୍ଟକର l ଆମ ସମ୍ପତ୍ତି ନେଇ ସାରା ଦେଶ ଉପକୃତ ହେବେ କିନ୍ତୁ ଆମେ ଗରିବ ହେବୁ l

ଖଣି ରାଜସ୍ବ ଯେତିକି ପ୍ରାପ୍ୟଥିଲା ସେତିକିରେ ଆମେ ରାଜ୍ୟ ଉପରେ ଥିବା 1 ଲକ୍ଷ 38 ହଜାର କୋଟିର ଋଣ ସୁଝିପାରିଥାନ୍ତୁ l ଏମଏମଡିଆର ଆଇନ ମାଧ୍ୟମରେ କେନ୍ଦ୍ର ସରକାର ରାଜ୍ୟର ଅଧିକାରକୁ ଉଚ୍ଛେଦ କରିଦେଲା l ଆମେ ବାର୍ଷିକ 12 ହଜାର କୋଟି ଟଙ୍କା କ୍ଷତିରେ ରହିଲୁ l ଓଡ଼ିଶାର ସାମଗ୍ରିକ ବିକାଶଧାରାର ମୁଖ୍ୟ ଉତ୍ସଥିଲା l ଭାରତର ସମସ୍ତ ବଡ଼ ଶିଳ୍ପପତି ଓଡ଼ିଶାରେ ନିଜ ଶିଳ୍ପ ପ୍ରତିଷ୍ଠା କରିଛନ୍ତି l ସେମାନଙ୍କ ଆୟ 50 ହଜାର, ଲକ୍ଷେ କୋଟିକୁ ବୃଦ୍ଧି ପାଇବାରେ ଲାଗିଛି l ଅମ୍ବାନୀ ଅଦାନୀଙ୍କ ଟଙ୍କା ଯେତେ ବୃଦ୍ଧି ପାଉଛି ଓଡିଶାର ଗରିବୀ ସେତେ ବୃଦ୍ଧି ପାଇବାରେ ଲାଗିଛି l ଓଡିଶା ଲୋକଙ୍କ ପାଖରେ କାମ ନାହିଁ, ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି l ଯେଉଁଠି ଖଣି ପ୍ରଭାବ ଦ୍ୱାରା ବିସ୍ଥାପନ ହେଉଛି ସେଇ ବିସ୍ଥାପିତଙ୍କ ଦୁଃଖ ଓ ବେଦନା ଅତ୍ୟନ୍ତ କଷ୍ଟକର l ଆମ ସମ୍ପତ୍ତି ନେଇ ସାରା ଦେଶ ଉପକୃତ ହେବେ କିନ୍ତୁ ଆମେ ଗରିବ ହେବୁ l ଖଣି ରାଜସ୍ବ ଯେତିକି ପ୍ରାପ୍ୟଥିଲା ସେତିକିରେ ଆମେ ରାଜ୍ୟ ଉପରେ ଥିବା 1 ଲକ୍ଷ 38 ହଜାର କୋଟିର ଋଣ ସୁଝିପାରିଥାନ୍ତୁ l ଏମଏମଡିଆର ଆଇନ ମାଧ୍ୟମରେ କେନ୍ଦ୍ର ସରକାର ରାଜ୍ୟର ଅଧିକାରକୁ ଉଚ୍ଛେଦ କରିଦେଲା l ଆମେ ବାର୍ଷିକ 12 ହଜାର କୋଟି ଟଙ୍କା କ୍ଷତିରେ ରହିଲୁ l ଲଜ୍ୟାର ବିଷୟ 20 ନିର୍ବାଚିତ ଜନପ୍ରତିନିଧି ମୁଣ୍ଡ ତଳକୁ କରି ସଂସଦରେ ବସି ରହିଲେ ଓ ବିଲ ପାରିତ ହେଲା l ଇଣ୍ଡିଆ ମେଣ୍ଟ ଦୁର୍ବାର ଆନ୍ଦୋଳନର ଡାକରା ଦେଇଛି l ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ l ଭୁଲ ପୁସ୍ତକ ଓ ଏମଏମଡିଆର ଆଇନ ପ୍ରତ୍ୟାହାର ଦୁଇଗୋଟି ଦାବିକୁ ନେଇ ଆମ ଆନ୍ଦୋଳନ ହେବ l ରାଜ୍ୟର ସମସ୍ତ ଖଣିପୁର୍ଣ ଓ ଶିଳ୍ପାଞ୍ଚଳ ସମୃଦ୍ଧ ଜିଲ୍ଲା ଗୁଡିକରେ ଜିଲ୍ଲାପାଳ ଅଫିସ ଘେରାଓ ହେବ l 29 ତାରିଖରେ ଇଣ୍ଡିଆ ମେଣ୍ଟ ବିଧାନସଭା ଘେରାଓ କରି ସରକାରଙ୍କୁ ଥରହର କରିଦେବୁ l ଓଡ଼ିଶାର ସମସ୍ତ ଖଣି ଗୋଟିଏ ସପ୍ତାହ ବନ୍ଦ କରାଯିବ ଓ ଓଡିଶା ବନ୍ଦ ପାଇଁ ଘୋଷଣା କରିବୁ l ଡବଲ ଇଂଜିନ ସରକାରକୁ ଓପାଡି ନ ଫିଙ୍ଗିଲା ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କୁ ନିଜ ଅଧିକାର ମିଳିବ ନାହିଁ l 24 ବର୍ଷ ଧରି ହୋଇଥିବା ଅନ୍ୟାୟକୁ ଆମେ ଭୁଲି ପାରିବୁ ନାହିଁ l ନିର୍ମଳ ହୃଦୟରେ ଓଡିଶାବାସୀଙ୍କ ପାଇଁ ଲଢେଇ କରୁଛୁ l ବର୍ତ୍ତମାନ ବିଜେଡି ସକ୍ରିୟ ଭୂମିକାରେ ଆସିଲେ ଆମେ ଚିନ୍ତା କରିବୁ l ଓଡିଶା ମାଟିରେ ପୁନର୍ବାର ଏକ ଗଣ ବିପ୍ଳବର ଉଦୟ ହୋଇଛି ବୋଲି ଶ୍ରୀ ଦାସ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking