34.1 C
Bhubaneswar
Tuesday, September 8, 2026
Homeଓଡିଶାବିଦ୍ୟୁତ୍ ତାର ନେଲା ମା’-ଝିଅଙ୍କ ଜୀବନ

ବିଦ୍ୟୁତ୍ ତାର ନେଲା ମା’-ଝିଅଙ୍କ ଜୀବନ

କଳାହାଣ୍ଡିର ଭବାନୀପାଟଣାରୁ ଆସିଛି ହୃଦୟବିଦାରକ ଖବର । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’ ଓ ଝିଅଙ୍କ ମୃତ୍ୟୁ। ଭବାନୀପାଟଣା ସଦର ଥାନା ଅଧୀନ କରଲାସୁଡ଼ା ଗାଁରେ ଘଟିଛି ଏହି ଅଘଟଣ । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’ ଓ ଝିଅ ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ଉଭୟଙ୍କୁ ଚିକିତ୍ସା ପାଇଁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ, ସଙ୍କଟାପନ୍ନ ଅବସ୍ଥାରେ ଥିବା ମା’ଙ୍କର ମଧ୍ୟ ପରେ ମୃତ୍ୟୁ ହୋଇଛି । ତେବେ ମୃତ୍ୟୁକୁ ନେଇ ଏବେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଚିକିତ୍ସାରେ ଅବହେଳା ଯୋଗୁଁ ମା’ଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାକୁ ନେଇ ପରିସ୍ଥିତି ଧୀରେ ଧୀରେ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି । ଅଭିଯୋଗର ପ୍ରତିବାଦରେ ପରିବାର ଲୋକ ଓ ଗ୍ରାମବାସୀ ମୃତଦେହକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରଖି ଧାରଣାରେ ବସିଛନ୍ତି । ନ୍ୟାୟ ଓ ଘଟଣାର ଉପଯୁକ୍ତ ତଦନ୍ତ ଦାବି କରି ଆନ୍ଦୋଳନ କରୁଛନ୍ତି ଗ୍ରାମବାସୀ । ଅନ୍ୟପଟେ, ଘଟଣାସ୍ଥଳରେ ଚାପା ଉତ୍ତେଜନାକୁ ଦୃଷ୍ଟିରେ ରଖି ଭବାନୀପାଟଣା ସଦର ଓ ଟାଉନ୍ ପୁଲିସ ମୁତୟନ କରାଯାଇଛି । ଘଟଣାକୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking