ବାସୁଦେଵପୁର: ବାସୁଦେବପୁର ସ୍ଥିତ ଭୈରବପୁର ନିକଟ ଗମେଇ ନଈକୁ ମାଛ ଧରିବାକୁ ଯାଇଥିବା ମତ୍ସଜୀବି ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ଦମକଳ ବାହିନୀ ସହ ଗ୍ରାମବାସୀ ନଈକୂଳରେ ଖୋଜାଖୋଜି ନିରାଶ ହୋଇଛନ୍ତି। ନିଖୋଜ ମସ୍ୟଜୀବୀଙ୍କ ନାମ ପ୍ରଭାତ କୁମାର ମଳିକ (59) ରବିବାର ଦିନ ପ୍ରାୟ ଦେଢ଼ଟା ସମୟରେ ପ୍ରଭାତ ନଈକୁ ମାଛ ଧରିବାକୁ ଜାଲ ନେଇ ଯାଇଥିଲା। ମାଛ ଧରିସାରି ଭାଗ ନାଳୀ ନିକଟରେ ନଈର ଗୋଟିଏ ପାଖରୁ ଅନ୍ୟ ପାଖକୁ ପହଁରି ପହଁରି ଆସୁଥିବା ସାଥୀ ମାନେ ମଧ୍ୟ ଦେଖିବାକୁ ପାଇଥିଲେ। ଘରକୁ ଯିବାକୁ ପ୍ରଭାତକୁ ଡାକିଥିଲେ। ତମେ ଆଗରେ ଚାଲ ମୁଁ ପଛରେ ଯାଉଛି କହି ନଈରେ ପ୍ରଭାତ ଜାଲ ପକାଇଥିଲା। ହେଲେ ସନ୍ଧ୍ୟା ଯାଏ ଘରକୁ ନଫେରିବାରୁ ପରିବାର ଖୋଜା ଖୋଜି କରି ନିରାଶ ହୋଇଥିଲେ। ଶେଷରେ ଦମକଳ ବାହିନୀ ଓ ଗ୍ରାମବାସୀ ନଈର ଆଡିରେ ଖୋଜିବା ପରେ ବୋଟ ଜରିଆରେ ନଈରେ ଖୋଜିବା ଆରମ୍ଭ କରିଛନ୍ତି।










