33.1 C
Bhubaneswar
Saturday, September 5, 2026
Homeଓଡିଶାସାପ କାମୁଡ଼ାରେ ଦମ୍ପତି ମୃତ

ସାପ କାମୁଡ଼ାରେ ଦମ୍ପତି ମୃତ

ଭଦ୍ରକ: ସାପ କାମୁଡ଼ାରେ ଦମ୍ପତି ମୃତ । ସ୍ତ୍ରୀ ମୃତ୍ୟୁର ଗୋଟିଏ ଦିନ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ ଈଶ୍ଵରପୁର ଗାଁରେ । ସୂଚନା ଅନୁଯାୟୀ, ଗତ ୩ ତାରିଖରେ ସ୍ତ୍ରୀ ଓ ୪ ତାରିଖରେ ହସ୍ପିଟାଲରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ବାଉଁଶ ଗଦାରେ ସାପ କାମୁଡ଼ିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଉଭୟଙ୍କ ସମାନ ଲକ୍ଷଣ ଥିବାରୁ ଏହା ସାପା କାମୁଡା ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।ସେପଟେ ଶବ ବ୍ୟବଚ୍ଛେଦ ପାଇଁ ଉଭୟଙ୍କ ମୃତଦେହକୁ ମେଡିକାଲକୁ ପଠାଯାଇଛି । ସ୍ତ୍ରୀଙ୍କ ମୃତଦେହକୁ ମାଟିତଳୁ ଖୋଳି ବାହାର କରାଯାଇଛି । ପୋଷ୍ଟମର୍ଟମ ଚାଲିଛି । ରିପୋର୍ଟ ଆସିବେ ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking