ନୟାଗଡ଼ : ଭୁବନେଶ୍ୱରରୁ ନୟାଗଡ଼ ଯାଉଥିବା ଏକ ଯାତ୍ରୀବାହି ବସ୍ ବାଉଁଶିଆପଣ୍ଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତ ଚାଳକ ଜଣକ ହେଲେ ଖୋର୍ଦ୍ଧା ପିଚୁକୁଳି ଗ୍ରାମର ନିରଂଜନ ସ୍ୱାଇଁ । ଅନ୍ୟ ଆହତ ଯାତ୍ରୀମାନଙ୍କୁ ନାୟାଗଡ ଜିଲା ମୁଖ୍ୟ ଚିକତ୍ସାଳୟରେ ଭର୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ଅଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ ଯେ, ବସ୍ଟି ଦ୍ରୁତ ଗତିରେ ଯାଉଥିବା ବେଳେ ସ୍ଥାନୀୟ ଇଟାମାଟି ଥାନା ଅନ୍ତର୍ଗତ ବାଉଁଶିଆପଣ୍ଡା ନିକଟରେ ଚାଳକ ଜଣକ ଭାରସାମ୍ୟ ହରାଇ ଏକ ଗଛ ଦେହରେ ପିଟି ଦେଇବାରୁ ଏହି ଦୁର୍ଘଟଣା ଘଟିଥିଲା । ଖବର ପାଇ ସ୍ଥାନୀୟ ପୋଲିସ, ଦମକଳ ବାହିନୀ ଓ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ ।










