31.1 C
Bhubaneswar
Friday, September 4, 2026
Homeଓଡିଶାପୁଲିସର ଗଣେଶ ପୂଜା ପ୍ରସ୍ତୁତି: ଶୋଭାଯାତ୍ରାରେ ୬ଟି ବକ୍ସ ଓ ୪ଟି ଟ୍ରଲିକୁ ଅନୁମତି

ପୁଲିସର ଗଣେଶ ପୂଜା ପ୍ରସ୍ତୁତି: ଶୋଭାଯାତ୍ରାରେ ୬ଟି ବକ୍ସ ଓ ୪ଟି ଟ୍ରଲିକୁ ଅନୁମତି

କଟକ : ଆସନ୍ତା ୧୪ରୁ ଅନୁଷ୍ଠିତ ହେବାକୁ  ଯାଉଛି ସହରରେ ଗଣେଶ ପୂଜା । ଏହି ପୂଜା ଓ ଭସାଣ  ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ସପନ୍ନ କରିବା ପାଇଁ  କଟକ କମିସନରେଟ ପୁଲିସ ଓ ବିଭିନ୍ନ ପୂଜା କମିଟିର  କର୍ମକର୍ତ୍ତାଙ୍କୁ ନେଇ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇଯାଇଛି । ସହିଦଭବନରେ ଆୟୋଜିତ ବୈଠକରେ  ଡିସିପି ଋଷିକେଶ ଖିଲାରୀ ଅଧ୍ୟକ୍ଷତା କରିଥିଲେ ।

ପୁଲିସ କମିସନର ଏସ୍‌. ଦେବଦତ୍ତ ସିଂହ ଯୋଗଦେଇ  ପୂଜା ପାଇଁ ବେଆଇନ ତଥା ଜୋର୍‌ଜୁଲମ ଚାନ୍ଦା ଆଦାୟକୁ  କଦାପି ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ ।  ସେହିପରି ବିକୃତ ମୂର୍ତ୍ତି ନ ଗଢ଼ିବାକୁ ପରାମର୍ଶ ଦେଇଛନ୍ତି ।  ତେବେ ଚଳିତ ବର୍ଷ ଗଣେଶ ପୂଜା, ସାଂସ୍କୃତିକ କାର୍ଯ୍ୟକ୍ରମ  ଓ ଭସାଣ ପାଇଁ ଆବଶ୍ୟକ ହେଉଥିବା ଅନୁମତିକୁ ସିଙ୍ଗଲ୍‌  ୱିଣ୍ଡୋ ସିଷ୍ଟମ୍‌ କରିବାକୁ ସିପି ପରାମର୍ଶ ଦେଇଛନ୍ତି ।୪ଟି ଟ୍ରଲି ରିକ୍ସା ଓ ୬ଟି ସାଉଣ୍ଡ୍‌ ବକ୍ସରେ ଶୋଭାଯାତ୍ରା  ଯିବ । ଯେଉଁ କ୍ଳବ୍‌ ଗୁଡ଼ିକ ଯେଉଁ ରୁଟ୍‌ରେ ଯାଉଥିଲେ  ସେଗୁଡ଼ିକ ସେହି ଅନୁସାରେ ଯିବେ । ଚଳିତ ବର୍ଷ  ଗଣେଶ ପୂଜା ପରର ୩ଟି ରବିବାର ଭସାଣ କରିବାକୁ  ପୁଲିସ କହିଛି । ଏହି ଅନୁସାରେ ଆସନ୍ତା ୨୦ରେ ପ୍ରଥମ  ପର୍ଯ୍ୟାୟ ଭସାଣ, ୨୭ରେ ଦ୍ୱିତୀୟ ଏବଂ ଅକ୍ଟୋବର ୪ରେ  ତୃତୀୟ ପର୍ଯ୍ୟାୟ ଭସାଣ ହେବ ବୋଲି ଡିସିପି କହିଛନ୍ତି ।  ତେବେ ୪ ତାରିଖ ବୁଢ଼ା ଗଣେଶ ଭସାଣକୁ ନେଇ ଶାନ୍ତି  କମିଟି ଓ ମହାନଗର ପୂଜା କମିଟି ଅନ୍ୟ ଏକ ପ୍ରସ୍ତାବ  ଦେଇଛି । ଏହାକୁ ୧୧ ତାରିଖରେ କରାଯାଉ ବୋଲି ଶାନ୍ତି  କମିଟି କହିଛି । ତେଣୁ ଏହାକୁ ପୁଲିସ ଗ୍ରହଣ କଲେ ୧୧  ତାରିଖରେ ମଧ୍ୟ କିଛି ଗଣେଶ ପ୍ରତିମା ବିସର୍ଜିତ ହେବ ।  ଏଥିସହିତ ମଣ୍ଡପ ଗୁଡ଼ିକରେ ଉଚ୍ଚମାନର ବିଦ୍ୟୁତ୍‌ ତାର  ଓ ଯନ୍ତ୍ରାଂଶ ଲଗାଯାଉ ବୋଲି ଡିସିପି ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking