ଅପରାହ୍ନ ୩.୩୦ ମିନିଟ ସମୟରେ ତୋଷାଳି ଭବନସ୍ଥିତ A-1 ବ୍ଲକ, ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଥିବା ସମ୍ମିଳନୀ କକ୍ଷରେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ, ଶ୍ରୀମତୀ ବ୍ରତତୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ସକ୍ଷମା ର ସପ୍ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ‘’ଭିନ୍ନକ୍ଷମଙ୍କ ସମ୍ପତ୍ତିଗତ ଅଧିକାର ଓ ଭୁସମ୍ପତ୍ତି ସମସ୍ୟା’’ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ରାଜ୍ୟ ସରକାରଙ୍କ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଉପ ଶାସନ ସଚିବ ଓ ଯୁଗ୍ମ ନିବନ୍ଧନ ମହା ନିରିକ୍ଷକ ଓଡ଼ିଶା କଟକ ଉକ୍ତ ବୈଠକରେ ବିଭାଗୀୟ କର୍ତ୍ତୁପକ୍ଷ ଭାବେ ଯୋଗ ଦେଇଥିଲେ ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମମାନଙ୍କ ବିଭିନ୍ନ ସମସ୍ୟା ଓ ତାର ସମାଧାନ କିପରି ସମ୍ଭବ ହୋଇ ପାରିବ ତା ଉପରେ ପୁଙ୍ଖାନୁପୁଙ୍ଖା ଆଲୋଚନା କରିଥିଲେ । ଏହି ଆଲୋଚନାରେ ସେ କହିଥିଲେ ଯେ, ବସୁନ୍ଧରା ଯୋଜନାରେ ଯେଉଁ ପରିବାରର ସମୁଦାୟ ୪ ଡିସମିଲରୁ କମ ଜାଗା ରହିଛି ସେ କ୍ଷେତ୍ରରେ ବାସଗୃହ ପାଇଁ ଜମି ଦେବାର ପ୍ରାବଧାନ ରହିଛି । ଏତଦ ବ୍ୟତିତ ସେ ଭିନ୍ନକ୍ଷମ ମଧ୍ୟ ବହୁ ପ୍ରକାରର ରହିଛି ତେଣୁ ତାକୁ କାଟାଗୋରିକାଲି କରିଦେଲେ ବହୁ ସୁବିଧା ହେବ ବୋଲି ମଧ୍ୟ କହିଥିଲେ ।
ଭିନ୍ନକ୍ଷମ ଆୟୁକ୍ତ ଶ୍ରୀମତୀ ବ୍ରତତୀ ହରିଚନ୍ଦନ କହିଥିଲେ ଯେ, ରାଜସ୍ଵ ବିଭାଗରେ ଭିନ୍ନକ୍ଷମ ମାନଙ୍କ ନିମନ୍ତେ କଣ ସୁବିଧା ଅଛି ବୋଲି ପଚାରିଥିଲେ । ଏହା ମଧ୍ୟ କହିଥିଲେ ଯେ, ଯେକୌଣସି ଷ୍କିମ ଅଛି ସେଥି ପାଇଁ ଯେଉଁ ଫର୍ମ ରହିଛି ସେଥିରେ ମଧ୍ୟ ଭିନ୍ନକ୍ଷମ ମାନଙ୍କ ସୁବିଧା ନିମନ୍ତେ ଅପସନ ରଖିବା ପାଇଁ ଅନୁରୋଧ କରିଥିଲେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଉପ ଶାସନ ସଚିବ, ଶ୍ରୀ ସନ୍ୟାସୀ ବେହେରା ବିଭିନ୍ନ ଉଦାହରଣ ଦେଇ ଭିନ୍ନକ୍ଷମମାନେ ସମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ ଓ ତାର ସଫଳ ସମାଧାନ ବିଷୟରେ ଆଲୋଚନା କରିଥିଲେ । ଏହି ଖୋଲା ଆଲୋଚନାରେ କଟକ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିବ୍ୟଲୋଚନ ମହନ୍ତ ଯୋଗଦେଇ ଭିନ୍ନକ୍ଷମମାନେ ସମୁଖୀନ ହେଉଥିବା ସମସ୍ୟା ଓ ସମାଧାନ ଉପରେ ନିଜର ମତ ରଖିଥିଲେ ଏହି ଖୋଲା ଆଲୋଚନାରେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଓଏସଡି ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଖୋଲା ଆଲୋଚନାରେ ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ସାମାଜିକ ଅନୁଷ୍ଠାନ, ବିଭିନ୍ନ ସଂସ୍ଥା ତଥା ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ ।










