29.1 C
Bhubaneswar
Thursday, September 3, 2026
Homeଓଡିଶାକୋରିଅରରେ ଗଞ୍ଜେଇ ଚାଲାଣ: ୭ ଗିରଫ

କୋରିଅରରେ ଗଞ୍ଜେଇ ଚାଲାଣ: ୭ ଗିରଫ

ବଲାଙ୍ଗିର: ବଲାଙ୍ଗୀର ଜିଲ୍ଲାରେ କୋରିଅର ସେବା ବ୍ୟବହାର କରି ଗଞ୍ଜେଇ ଚୋରା ଚାଲାଣର ପର୍ଦ୍ଦାଫାସ କରିଛି ପୋଲିସ। ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯିବା ସହ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି।ପୋଲିସ ଅନୁଯାୟୀ, ଚୋରା ଚାଲାଣକାରୀମାନେ ଏକ ଇ-କମର୍ସ କମ୍ପାନୀର କୋରିଅର ନେଟୱାର୍କ ବ୍ୟବହାର କରି ପଶ୍ଚିମ ଓଡ଼ିଶାରୁ ନୂଆଦିଲ୍ଲୀ ଏବଂ ଏନସିଆର ଅଞ୍ଚଳର ବଜାରକୁ ଗଞ୍ଜେଇ ପଠାଇଥିଲେ।ଅଭିଯୁକ୍ତମାନେ ଏକ ଶାଢ଼ି ସେଣ୍ଟର ନାମରେ ଇ-କମର୍ସ କମ୍ପାନୀ ରେ ନିଜକୁ ପଞ୍ଜୀକୃତ କରିଥିବା ଜଣାପଡ଼ିଛି। ଗଞ୍ଜେଇକୁ ବାକ୍ସରେ ପ୍ୟାକ୍ କରି କମ୍ପାନୀର ବଲାଙ୍ଗୀର ପଏଣ୍ଟରେ ହସ୍ତାନ୍ତର କରାଯାଇଥିଲା। ଉକ୍ତ ସାମଗ୍ରୀଗୁଡ଼ିକୁ ଘରୋଇ ଉପକରଣ ଏବଂ ଅନ୍ୟାନ୍ୟ ସାମଗ୍ରୀ ଭାବରେ ଦର୍ଶାଯାଇଥିଲା।ଗୁଇନ୍ଦା ସୂଚନା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଟିମ୍ ରେଳ ଷ୍ଟେସନ ଅଞ୍ଚଳ ନିକଟ ଏକ ଲଜ୍ ଉପରେ ଚଢାଉ କରି କଳାହାଣ୍ଡି ଜିଲ୍ଲାର ଏମ୍. ରାମପୁରର ଦୁଇଜଣ ମାଷ୍ଟର ମାଇଣ୍ଡ ସମେତ ସାତ ଜଣଙ୍କୁ ଗିରଫ କରିଛି।ପୋଲିସ ୧୧୩ କିଲୋଗ୍ରାମ ଗଞ୍ଜେଇ, ଦୁଇଟି କାର ଏବଂ ନଅଟି ମୋବାଇଲ ଫୋନ୍ ଜବତ କରିଛି। ଆଦର୍ଶ ଥାନାରେ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking