29.1 C
Bhubaneswar
Tuesday, September 1, 2026
Homeଦେଶ ବିଦେଶକିର୍ଗିଜ୍ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ

କିର୍ଗିଜ୍ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ

ନୂଆଦିଲ୍ଲୀ : ୨୦୨୬ ଅଗଷ୍ଟ ୩୧ ତାରିଖରେ ବିଶ୍କେକ୍‌ଠାରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କିର୍ଗିଜ୍ ରିପବ୍ଲିକର ରାଷ୍ଟ୍ରପତି ମହାମହିମ ଶ୍ରୀ ସାଦିର ଜାପାରୋଭଙ୍କୁ ସାକ୍ଷାତ କରିଛନ୍ତି।କିର୍ଗିଜ୍ ଗଣରାଜ୍ୟର ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଜାପାରୋଭଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ। ଏହି ଦିନରେ ଏସସିଓ ଶିଖର ସମ୍ମିଳନୀର ଶୁଭାରମ୍ଭ ହେବା ଏହାକୁ ଏକ ବିଶେଷ ମହତ୍ତ୍ୱ ପ୍ରଦାନ କରିଛି ବୋଲି ସେ କହିଥିଲେ। ୨୬ତମ ଏସସିଓ ଶିଖର ସମ୍ମିଳନୀର ସଫଳ ଆୟୋଜନ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଜାପାରୋଭଙ୍କୁ ଅଭିନନ୍ଦନ ଜଣାଇଥିଲେ। ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ପ୍ରଗତିର ସମୀକ୍ଷା କରିବା ସହ ଭାରତ ଓ କିର୍ଗିଜ୍ ଗଣରାଜ୍ୟ ମଧ୍ୟରେ ରଣନୀତିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ପ୍ରତି ସେମାନଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଦୁଇ ଦେଶର ଅର୍ଥନୀତି ମଧ୍ୟରେ ଥିବା ପରିପୂର୍ଣ୍ଣତାକୁ ଧ୍ୟାନରେ ରଖି ଆର୍ଥିକ ଓ ବାଣିଜ୍ୟିକ ସହଯୋଗକୁ ଆହୁରି ବୃଦ୍ଧି କରିବାକୁ ସେମାନେ ସହମତ ହୋଇଥିଲେ। ଛାତ୍ର ବିନିମୟ ଓ ସାଂସ୍କୃତିକ ସହଯୋଗ ସମେତ ଦୁଇ ଦେଶର ଲୋକଙ୍କ ମଧ୍ୟରେ ବଢ଼ୁଥିବା ପାରସ୍ପରିକ ଜନସମ୍ପର୍କ ଉପରେ ମଧ୍ୟ ଆଲୋଚନା ହୋଇଥିଲା।କିର୍ଗିଜ୍ ରିପବ୍ଲିକର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏସ୍‌ସିଓ ବୈଠକଗୁଡ଼ିକରେ ଭାରତର ସକ୍ରିୟ ଓ ଦୃଢ଼ ଭାଗିଦାରୀ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଏହା ଦୁଇ ଦେଶ ମଧ୍ୟରେ ଥିବା ନିବିଡ଼ ଓ ଦୀର୍ଘଦିନର ସମ୍ପର୍କ, ପାରସ୍ପରିକ ସମ୍ମାନ, ବିଶ୍ୱାସ ଏବଂ ସହଯୋଗର ପ୍ରତୀକ ଅଟେ। ଏସ୍‌ସିଓ ଶିଖର ସମ୍ମିଳନୀର ସଫଳ ଆୟୋଜନ ଏବଂ ଉଷ୍ମ ଆତିଥେୟତା ପାଇଁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ସାଦିର ଜାପାରୋଭଙ୍କୁ ଧନ୍ୟବାଦ ଜଣାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking