31.1 C
Bhubaneswar
Tuesday, September 1, 2026
Homeଦେଶ ବିଦେଶନେପାଳ ବନ୍ୟାରେ ମୃତ୍ୟୁସଂଖ୍ୟା ୧ ହଜାର ପାର୍‌

ନେପାଳ ବନ୍ୟାରେ ମୃତ୍ୟୁସଂଖ୍ୟା ୧ ହଜାର ପାର୍‌

କାଠମାଣ୍ଡୁ: ନେପାଳରେ ଭୟାବହ ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ମୃତ୍ୟୁସଂଖ୍ୟା ୧ ହଜାର ପାର୍‌ କରିଛି। ନେପାଳରେ ୯୮୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପଡ଼ୋଶୀ ଚୀନ୍‌ରେ ମଧ୍ୟ ୧୬ ଜଣଙ୍କ ମୃତ୍ୟୁ ସୂଚନା ମିଳିଛି। ଫଳରେ ଦୁଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୧ ହଜାର ୩ ଜଣରେ ପହଞ୍ଚିଛି।ନେପାଳ ବିପର୍ଯ୍ୟୟ ବିଭାଗର ସୂଚନା ଅନୁଯାୟୀ, ଏହି ବିପର୍ଯ୍ୟୟରେ ଏବେ ବି ୩୯୧୬ ଜଣ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ୫୮୩ ଜଣ ବିଦେଶୀ ନାଗରିକ ରହିଥିବା ଜଣାପଡ଼ିଛି। ବନ୍ୟା ଓ ଭୂସ୍ଖଳନ ପ୍ରଭାବିତ ବିଭିନ୍ନ ଅଞ୍ଚଳରେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି।ପ୍ରତିକୂଳ ପାଣିପାଗ ଓ ଦୁର୍ଗମ ଭୌଗୋଳିକ ପରିସ୍ଥିତି ମଧ୍ୟରେ ଉଦ୍ଧାରକାରୀ ଦଳ ଜୋରଦାର ଅଭିଯାନ ଚଳାଇଛନ୍ତି। ବିପର୍ଯ୍ୟୟ ମଧ୍ୟରୁ ଏଯାବତ୍‌ ୧୧ ହଜାର ୮୧୪ ଜଣଙ୍କୁ ଉଦ୍ଧାର କରାଯାଇଛି। ବନ୍ୟାରେ ବ୍ୟାପକ ଭାବେ ଘରଦ୍ୱାର, ରାସ୍ତାଘାଟ ଓ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବାରୁ ଅନେକ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିଖୋଜଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking