ଢେଙ୍କାନାଳ : ରାଜ୍ୟରେ ଖୋଲିଲା ତୃତୀୟ ଗ୍ରେନ୍ ବା ଚାଉଳ ଏଟିଏମ୍ । ଆଉ ରିଟେଲର ପାଖରେ ହିତାଧିକାରୀଙ୍କୁ ଦେବାକୁ ପଡିବନି ଲମ୍ବା ଲାଇନ । ଆଙ୍ଗୁଠି ଟିପିଲେ ହିତାଧିକାରୀଙ୍କୁ ମିଳିଯିବ ତାଙ୍କ ପ୍ରାପ୍ୟ ଚାଉଳ । ଏହି ଏଟିଏମରେ ହିତାଧିକାରୀ ମାନଙ୍କୁ ମିଳିଯିବ ୨୪ ଘଣ୍ଟିଆ ସେବା ।ଏହାପରେ କେନ୍ଦୁଝର ପରେ ପର୍ଯ୍ୟାୟ କ୍ରମେ ସମସ୍ତ ଜିଲ୍ଲାରେ ଖୋଲିବ ଏହି ଏଟିଏମ । ହିତାଧିକାରୀ ମାନଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଏହି ଏଟିଏମ ସେବା ପ୍ରଦାନ କରାଯାଉଛି । ବାୟୋମେଟ୍ରିକ ବା ଟିପଚିହ୍ନ ଦେଇ ଆଧାର ଅପଡେଟ ପରେ ହିତାଧିକାରୀଙ୍କ ପ୍ରାପ୍ୟ ଚାଉଳ ମିଳିଯିବ ।ଢେଙ୍କାନାଳରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାଜ୍ୟର ଏହି ତୃତୀୟ ଗ୍ରେନ ଏଟିଏମ ଉଦଘାଟନ କରି ଏହା ପ୍ରକାଶ କରିଛନ୍ତି । ଢେଙ୍କାନାଳବାସୀ ଏହି ସେବାର ସୁଯୋଗ ନେବାକୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି ।










