27.1 C
Bhubaneswar
Sunday, August 30, 2026
Homeଦେଶ ବିଦେଶନେପାଳ ପ୍ରଳୟଙ୍କରୀ ବନ୍ୟା: ଭାସିଆସିଥିବା ବ୍ୟାଙ୍କ ଲକର ଭାଙ୍ଗି ଲୁଟ୍ ଅଭିଯୋଗରେ ୨୯ ଗିରଫ

ନେପାଳ ପ୍ରଳୟଙ୍କରୀ ବନ୍ୟା: ଭାସିଆସିଥିବା ବ୍ୟାଙ୍କ ଲକର ଭାଙ୍ଗି ଲୁଟ୍ ଅଭିଯୋଗରେ ୨୯ ଗିରଫ

କାଠମାଣ୍ଡୁ: ନେପାଳରେ ବନ୍ୟା ବିପର୍ଯ୍ୟୟର ସୁଯୋଗ ନେଇ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ସୁରକ୍ଷାକର୍ମୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତ୍ରିଶୂଳୀ ନଦୀର ପ୍ରବଳ ସ୍ରୋତରେ ରସୁୱା ଓ ଉପରମୁଖୀ ଅଞ୍ଚଳରୁ ଭାସି ଆସିଥିବା ବ୍ୟାଙ୍କ ଲକରକୁ ଭାଙ୍ଗି ଟଙ୍କା ଲୁଟି ନେଉଥିବା ବେଳେ ୨୯ ଜଣଙ୍କୁ ଗିରଫ କରାଯାଇଛି। ସଶସ୍ତ୍ର ପୁଲିସ ବଳ (ଏପିଏଫ୍) ଏବଂ ନେପାଳ ପୁଲିସର ଏକ ମିଳିତ ଟିମ୍ ତଲାସି ଓ ପାଟ୍ରୋଲିଂ ସମୟରେ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ। ପୁଲିସ ସେମାନଙ୍କ ନିକଟରୁ ୯୨ ଲକ୍ଷ ୬୮ ହଜାର ୫୦୫ ନେପାଳୀ ଟଙ୍କା ଜବତ କରିଛି।ସେଣ୍ଟ୍ରାଲ ପୁଲିସ ମୁଖପାତ୍ର ଡେପୁଟି ଇନ୍ସପେକ୍ଟର ଜେନେରାଲ ଅଫ୍ ପୁଲିସ (ଡିଆଇଜି) ଅଭିନାରାୟଣ କାଫଲେଙ୍କ ସୂଚନା ଅନୁଯାୟୀ, ଗିରଫ ହୋଇଥିବା ସମସ୍ତ ୨୯ ଜଣଙ୍କୁ ଧାଡିଂ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ହେପାଜତରେ ରଖାଯାଇଛି। ସେମାନଙ୍କ ବିରୋଧରେ ଅଧିକ ତଦନ୍ତ ସହ ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯାଇଛି। ବନ୍ୟା ଓ ବିପର୍ଯ୍ୟୟର ସୁଯୋଗ ନେଇ କିଛି ବ୍ୟକ୍ତି ସରକାରୀ, ବ୍ୟବସାୟିକ ଏବଂ ବ୍ୟକ୍ତିଗତ ସମ୍ପତ୍ତି ଭଙ୍ଗାରୁଜା, ଚୋରି ଓ ଲୁଟପାଟ କରୁଥିବାରୁ ଏହାକୁ ରୋକିବା ପାଇଁ ସୁରକ୍ଷା ସଂସ୍ଥାଗୁଡ଼ିକ ପକ୍ଷରୁ କଡ଼ା ନଜର ରଖାଯିବା ସହ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking