30.1 C
Bhubaneswar
Saturday, August 29, 2026
Homeଓଡିଶାହାଇଦ୍ରାବାଦରେ ସଡ଼କ ଦୁର୍ଘଟଣା: ପ୍ରବାସୀ ଶ୍ରମିକ ମୃତ

ହାଇଦ୍ରାବାଦରେ ସଡ଼କ ଦୁର୍ଘଟଣା: ପ୍ରବାସୀ ଶ୍ରମିକ ମୃତ

ପାରଳାଖେମୁଣ୍ଡି : ହାଇଦ୍ରାବଦରେ ସଡକ ଦୁର୍ଘଟଣାରେ ଗଜପତି ଜିଲ୍ଲାର ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଆର ଉଦୟଗିରି ଥାନା ଅନ୍ତର୍ଗତ ଅନୁଗୁଳ ପଞ୍ଚାୟତର ତିଲିକର ଗ୍ରାମର ବାୟସ ରାଇତା । ସୂଚନା ଅନୁଯାୟୀ, ବାୟସ ରଇତା ଜୀବିକା ନିମନ୍ତେ ହାଇଦ୍ରାବାଦରେ ପ୍ରବାସୀ ଶ୍ରମିକ ଭାବେ କାମ କରୁଥିଲେ । ତେବେ ରାସ୍ତାରେ ଯାଉଥିବା ବେଳେ ଏକ ସଡକ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏହି ଘଟଣାରେ ତିଲିକର ଗ୍ରାମ ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତଦେହ ଗାଁକୁ ଆଣିବା ନେଇ ପରିବାର ଲୋକେ ପଦକ୍ଷେପ ନେଉଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking