31.1 C
Bhubaneswar
Friday, August 28, 2026
Homeଓଡିଶାଜନ୍ମାଷ୍ଟମୀ ପୂର୍ବରୁ ମଥୁରାରେ ଭକ୍ତିମୟ ମାହୋଲ

ଜନ୍ମାଷ୍ଟମୀ ପୂର୍ବରୁ ମଥୁରାରେ ଭକ୍ତିମୟ ମାହୋଲ

ଭୁବନେଶ୍ୱର : ଜନ୍ମାଷ୍ଟମୀ ପୂର୍ବରୁ ମଥୁରାରେ ଲଡୁ ଗୋପାଳଙ୍କ ସ୍ୱତନ୍ତ୍ର ଶୃଙ୍ଗାର । ଭକ୍ତିମୟ ପରିବେଶରେ ଠାକୁରଙ୍କୁ ସଜାଇବାରେ ବ୍ୟସ୍ତ ଭକ୍ତ । ଜନ୍ମାଷ୍ଟମୀ ପର୍ବ ପାଖେଇ ଆସୁଥିବା ବେଳେ ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ମଥୁରାରେ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି । ଘରେ ଘରେ ଲଡୁ ଗୋପାଳଙ୍କୁ ସ୍ୱତନ୍ତ୍ର ଭାବେ ସଜାଇବା ପାଇଁ ଭକ୍ତମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଜନ୍ମାଷ୍ଟମୀ ପୂର୍ବରୁ ଲଡୁ ଗୋପାଳଙ୍କ ମୂର୍ତ୍ତିର ବିଧିବଦ୍ଧ ଶୃଙ୍ଗାର କରାଯାଉଛି । ଭକ୍ତମାନେ ନିଜ ଶ୍ରଦ୍ଧା ଓ ପରମ୍ପରା ଅନୁସାରେ ଠାକୁରଙ୍କୁ ସୁନ୍ଦର ପୋଷାକ, ଅଳଙ୍କାର ଓ ବିଭିନ୍ନ ସାଜସଜ୍ଜାରେ ସଜାଉଛନ୍ତି ।ଲଡୁ ଗୋପାଳଙ୍କ ଶୃଙ୍ଗାରକୁ ନେଇ ଭକ୍ତଙ୍କ ମଧ୍ୟରେ ମଧ୍ୟ ବେଶ୍ ଉତ୍ସାହ ରହିଛି । ଠାକୁରଙ୍କୁ ନିଜ ହାତରେ ସଜାଇବା ଏବଂ ପୂଜା କରିବା ଏକ ବିଶେଷ ଆଧ୍ୟାତ୍ମିକ ଅନୁଭୂତି ବୋଲି ଭକ୍ତମାନେ ଅନୁଭବ କରୁଛନ୍ତି । ଜନ୍ମାଷ୍ଟମୀ ଅବସରରେ ମଥୁରାରେ ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶ ଆହୁରି ଗଭୀର ହେବାକୁ ଥିବା ବେଳେ, ଲଡୁ ଗୋପାଳଙ୍କ ଏହି ସ୍ୱତନ୍ତ୍ର ଶୃଙ୍ଗାର ଉତ୍ସବର ଭକ୍ତିମୟ ମାହୋଲକୁ ଆହୁରି ରଙ୍ଗୀନ କରିଛି । ଜନ୍ମାଷ୍ଟମୀ ପୂର୍ବରୁ କୃଷ୍ଣଭକ୍ତିରେ ମଥୁରା । ଲଡୁ ଗୋପାଳଙ୍କ ଶୃଙ୍ଗାରରେ ମାତିଛନ୍ତି ଭକ୍ତ, ଚାରିଆଡ଼େ ଶୁଭୁଛି ଶ୍ରୀକୃଷ୍ଣଙ୍କ ଜୟଜୟକାର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking