28.1 C
Bhubaneswar
Thursday, August 27, 2026
Homeଦେଶ ବିଦେଶଦିଲ୍ଲୀର ୨୧ ବର୍ଷୀୟା ମଡେଲଙ୍କୁ ମହିଳାଙ୍କୁ ଛୁରି ଭୁସି ହତ୍ୟା !

ଦିଲ୍ଲୀର ୨୧ ବର୍ଷୀୟା ମଡେଲଙ୍କୁ ମହିଳାଙ୍କୁ ଛୁରି ଭୁସି ହତ୍ୟା !

ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ତାଙ୍କ ଭଡା ଘରେ ମୁସ୍କାନ ନାମକ ଜଣେ ୨୧ ବର୍ଷୀୟା ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ମୁସ୍କାନ ଏକାକୀ ଘରେ ଥିବା ସମୟରେ ଅଭିଯୁକ୍ତ ଘରେ ପ୍ରବେଶ କରି ବାରମ୍ବାର ତାଙ୍କୁ ଛୁରିରେ ଆକ୍ରମଣ କରି ହତ୍ୟା କରିଛି। ମୁସ୍କାନ ତିଲକ ନଗରର ନ୍ୟୁ ମହାବୀର ନଗର ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ। ତାଙ୍କ ଶରୀରରେ ଛୁରାମାଡ଼ ଯୋଗୁ ଅନେକ କ୍ଷତ ସୃ‌ଷ୍ଟି ହୋଇଥିଲା ଓ ପରେ ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ମୁସ୍କାନ ଜଣେ ଛାତ୍ରୀ ଥିଲେ ଓ ଜଣେ ମଡେଲ ଭାବରେ ମଧ୍ୟ କାମ କରୁଥିଲେ। ମୁସ୍କାନ ଯେଉଁ ଜିମ୍‌କୁ ଯାଉଥିଲେ ଅଭିଯୁକ୍ତ ଇମ୍ରାନ ସେଠାରେ ଜଣେ ଜିମ୍ ପ୍ରଶିକ୍ଷକ ଥିଲା ବୋଲି ଜଣାପଡ଼ିଛି। ସେ ବର୍ତ୍ତମାନ ଫେରାର୍ ଅଛି ଓ ପୁଲିସ ଅନେକ ଦଳ ଗଠନ କରି ତାଙ୍କୁ ଖୋଜୁଛି। ପରିବାରର ନିକଟତମ ଲୋକଙ୍କ ଅନୁଯାୟୀ, ଇମ୍ରାନ ଏହି ହତ୍ୟାକାଣ୍ଡ ଘଟାଇଛି। ମୁସ୍କାନର ଭାଇ ଆକାଶ ପୁଲିସ ଓ ପରିବାର ସଦସ୍ୟଙ୍କୁ କହିଛନ୍ତି ଯେ, ଇମ୍ରାନ ମୁସ୍କାନଙ୍କୁ ଛୁରି ଭୁସି ହତ୍ୟା କରିଛି। ହତ୍ୟାକାଣ୍ଡରେ ଇମ୍ରାନଙ୍କୁ ଖୋଜିବା ପାଇଁ ପୁଲିସ ଏକାଧିକ ଦଳ ନିୟୋଜିତ କରିଛି। ଏହି ଘଟଣା ପରେ ଅଭିଯୁକ୍ତ ଫେରାର ଥିବା ବେଳେ ତାଙ୍କୁ ଖୋଜିବା ପାଇଁ ପୁଲିସ ଏକାଧିକ ଦଳ ନିୟୋଜିତ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking